ମାଲକାନଗିରି ୩/୧୨ : କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଗତ ରବିବାର ଠାରୁ ମାଓବାଦୀଙ୍କ ପିଏଲ୍ଜିଏ ସପ୍ତାହ ପାଳନ ଚାଲିଥିବାବେଳେ ସଂଗଠନର ଜଣେ ମହିଳା ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି । ଏହି ମାଓବାଦୀ ଜଣକ ହେଲେ ଇଡେ ମାଡିର । ସେ ୪ ବର୍ଷ ହେଲା ପଡ଼ିଆ ଦଳମ୍ର ସଦସ୍ୟ ରୂପେ କାର୍ଯ୍ୟ କରୁଥିଲେ । ସେ ଆଜି ମାଲକାନଗିରି ଏସ୍ପିଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ତାଙ୍କୁ ଧରାଇ ଦେବାଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା ।