ମାଲକାନଗିରି,୨୫/୦୨:ଦିନକୁ ଦିନ ମାଓ ସଙ୍କଟ ବଢିବାରେ ଲାଗିଛି । ମାଓବାଦୀମାନଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବ ପାଇଁ ରାଜ୍ୟ ସରକାର ସବୁ ପ୍ରକାର କାର୍ଯ୍ୟ କରୁଛନ୍ତି । ଆଜି ଜଣେ ମାଓବାଦୀ ନିଜକୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ଦକ୍ଷିଣାଞ୍ଚଳ ଡିଆଇଜି ହିମାଂଶୁ ଲାଲଙ୍କ ନିକଟରେ ମାଲକାନଗିରି ଏମଭି ୩୧ ଗ୍ରାମର ଧନୁଞ୍ଜୟ ଗୋପ ନାମକ ଏକ ମାଓବାଦୀ ଆତ୍ମସମର୍ପଣ କରିଛି । ମାଓବାଦୀଜଣକ ୨୭ ଟି କେସରେ ଜଡିତ ଥିଲାବେଳେ ତାର ଉପରେ ୫ ଲକ୍ଷ ଟଙ୍କାର ମୁଣ୍ଡଜାମିନ୍ ଥିଲା । ଏନେଇ ଦକ୍ଷିଣାଞ୍ଚଳ ଡିଆଇଜି ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ।