ରାଜନୀତି

ମାଓବାଦୀଙ୍କ ଭୟରେ ମାଲକାନଗିରିର ଭୋଟ ଦେବାକୁ ଆସିଲେନି ଭୋଟର

Published

on

ମାଲକାନଗିରି ୧୧/୪ : ପ୍ରଥମ ପ୍ରର‌୍ୟ୍ୟାୟ ନିର୍ବାଚନ ଜାରି ରହିଥିବା ବେଳେ ମାଓବାଦୀଙ୍କ ଭୟରେ ମାଲକାନଗିରିର କୁନ୍ତୁରୁପଦର ସ୍ଥିତ ୯ଟି ୯ଟି ବୁଥରେ ଭୋଟ ଦେବା ପାଇଁ ଆସିଲେନି ଭୋଟର । ସୂଚନା ମୁତାବକ, ମାଲକାନଗିରି ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ସତ୍ୱେ ବି ସ୍ୱାଭିମାନ ଅଂଚଳରେ ଭୋଟ ଦେବାକୁ ଘରୁ ବାହାରିଲେ ମତଦାତା । କୁନ୍ତୁରୁପଦର ପୁଲିସ କ୍ୟାମ୍ପଠାରେ ଜିଲ୍ଲା ପ୍ରାଶାସନ ପକ୍ଷରୁ ୯ଟି ବୁଥକୁ ଏକାଠି କରାଯାଇ ମତଦାନ ଲାଗି । ଏଥିପାଇଁ କଡା ସୁରକ୍ଷବଳୟ ଭିତରେ ପୁଲିଂ ପାର୍ଟିଙ୍କୁ ମଧ୍ୟ କୁନ୍ତୁରୁପଦରରେ ପହଂଚାଯାଇଥିବା ବେଳେ ଯବାନାମାନଙ୍କୁ ବି ହେଲିକପ୍ଟର ଯୋଗେ ପଠାଯାଇଥିଲା ।
ଏପରିକି ବିଏସଫ ଯବାନମାନେ ମଧ୍ୟ ଦୀର୍ଘ ଦିନ ପୂର୍ବରୁ ସମଗ୍ର ଅଂଚଳରେ କମ୍ବିଂ ଅପରେସନ ଜୋରଦାର କରିଥିଲେ । ହେଲେ ତଥାପି କିନ୍ତୁ ଭୋଟ ଦେବାକୁ କୁନ୍ତୁରୁପଦର ଆସିଲେନି କୌଣସି ଭୋଟର ।

Leave a Reply

Your email address will not be published. Required fields are marked *

Trending

Exit mobile version