ରାଜ୍ୟ

ମାଓବାଦୀମାନେ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ : ୨ ଯବାନ ଗୁରୁତର

Published

on

ଛତିଶଗଡ଼ ୨୧/୫ : ସୁକମା ଜିଲ୍ଲାରେ ମାଓବାଦୀମାନେ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ହୋଇଛି । ଏଥିରେ ୨ ଜଣ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆର୍‌ଜି) ଯବାନ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସ୍ୱତନ୍ତ୍ର ହେଲିପ୍ଟର୍‌ ଯୋଗେ ରାୟପୁର ନେବାକୁ ଉଦ୍ୟମ କରାଯାଉଥିବା ସୁକମା ଏଏସ୍‌ପି ସଲଭ୍‌ ସିହ୍ନା । ଛତିଶଗଡ଼ ସୁକମା ଜିଲ୍ଲା ଅନ୍ତର୍ଗତ ଗୋଗୁନ୍ଦାରେ ଆଜି ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ୍‌ କରୁଥିବା ବେଳେ ଆଇଇଡି ବିସ୍ଫୋରଣ ହୋଇଥିଲା । ଫଳରେ ଦୁଇ ଜଣ ଯବାନ ଗୁରୁତର ହୋଇପଡ଼ିଥିଲେ । ସେମାନେ ହୋସ୍‌ରେ ଅଛନ୍ତି । ଗୁରୁତର ଦୁଇ ଜଣଙ୍କୁ ରାୟପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯିବାକୁ ଯୋଜନା କରାଯାଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version