ଦାନ୍ତେୱାଡା ୧୬/୧ : ଛତିଶଗଡ଼ର ଦାନ୍ତେୱାଡାରେ ମାଓବାଦୀମାନେ ଏକ ବସକୁ ଜାଳି ଦେଇଛନ୍ତି । ବସଟି କସେଲ ଗାଁ ଦେଇ ଯାଉଥିବାବେଳେ ମାଓବାଦୀମାନେ ତାକୁ ଅଟକାଇ ଲୋକମାନଙ୍କୁ ଓହ୍ଲାଇ ଯିବାକୁ କହିଥିଲେ । ଲୋକମାନେ ବସରୁ ଓହ୍ଲାଇବା ପରେ ସେମାନେ ସେଥିରେ ନିଆଁ ଲଗାଇ ଦେଇଥିଲେ । ସିଆରପିଏଫ୍ କ୍ୟାମ୍ପ ଠାରୁ ମାତ୍ର ୧ କିଲୋମିଟର ଦୂରରେ ମାଓବାଦୀମାନେ ଏଭଳି କାଣ୍ଡ ଘଟାଇଛନ୍ତି ।