ରାଜ୍ୟ

ମାଓ କମାଣ୍ଡର ନିହତ

Published

on

ମାଲକାନଗିିରି ୨୯ ।୧୧ : ପଡ଼ୋଶୀ ଛତିଶଗଡ଼ର ସୁକମ୍ ଜିଲ୍ଲା ଅନ୍ତର୍ଗତ ମୁଲେର ଜଙ୍ଗଲରେ ଗୁରୁବାର ମାଓବାଦୀ ଓ ଯବାନଙ୍କ ସଂଘର୍ଷ ଘଟିଛି । ଏଥିରେ ଜଣେ ମାଓ କମାଡରଙ୍କ ମୃତ୍ୟୁ ହୋଇଛି । ନିରାପତା ବାହିନୀ ପକ୍ଷରୁ ଜଙ୍ଗଲରେ କମ୍ବିଂ ଅପରେନ୍ ଚାଲିଥିବାବେଳେ ମାଓବାଦୀମାନଙ୍କ ସହ ସେମାନେ ମୁହାଁମୁହଁ ହୋଇଥିଲେ । ଫଳରେ ଉଭୟ ପକ୍ଷରୁ କିଛି ସମୟ ଧରି ଗେିଳି ବିନିମୟ ଘଟିଥିଲା । ଏଥିରେ ଜଣେ ମାଓ କମାଣ୍ଡର ପ୍ରାଣ ହାଇଥିବାବେଳେ ଆଉ କେତେକ ମାଓବାଦୀ ଆହତ ହୋଇଥିବା ଅନୁମାନ କରାଯାଇଛି । ନିରାପତାବାହିନୀ ସଂଘର୍ଷ ସ୍ଥଳରୁ ସମ୍ପୃକ୍ତ ମାଓବାଦୀଙ୍କ ଶବ ଜବତ କରିବା ସହ ଏକ ବନ୍ଧୁକ ଓ ଗୁଳ-ଗୁଳା ଜବତ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version