ରାଜ୍ୟ

ମାଟ୍ରିକ ଖାତା ମୂଲ୍ୟାୟନ ଆଜିଠ ଆରମ୍ଭ  : ଅନିଶ୍ଚିତତା ଘେରରେ ୮୭୩ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

Published

on

ଭୁବନେଶ୍ୱର ୨୫/୩ : ମାଟ୍ରିକ ଖାତାଦେଖା ଆଜି ଠାରୁ ଆରମ୍ଭ ହେଉଛି । ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲରୁ ଆରମ୍ଭ ହୋଇ ଭାଇରାଲରେ ଶେଷ ହୋଇଥିଲା ମାଟ୍ରିକ ପରୀକ୍ଷା । ଖାତା ମୂଲ୍ୟାଙ୍କନ ପାଇଁ ୬୦ଟି ସେଣ୍ଟରରେ ୧୬୦୩୦ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ କାର‌୍ୟ୍ୟଭାର ଦିଅଯାଇଛି ।
ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ,କପି ,ଓଏମଆର ସିଟ ଗାଏବ ଭଳି ଅନେକ ବିଭ୍ରାଟ ଦେଖାଦେଇଥିଲା । ମାଟ୍ରିକ ପରୀକ୍ଷା ଖାତାଦେଖା ଆଜି ଠାରୁ ଆରମ୍ଭ ହେଉଛି । ଚଳିତ ବର୍ଷ ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫ଲକ୍ଷ ୪୫ହଜାର ୩୬୪ଜଣ ରେଗୁଲାର, ୨୫ହଜାର ୮ଜଣ ଏକ୍ସରେଗୁଲା ଏବଂ ପତ୍ରବିନିମୟରେ ମୋଟ ୨୩୧୭ଜଣ ପରୀକ୍ଷା ଦେଇଛନ୍ତି । ଏଥର ମୂଲ୍ୟାୟନ ପ୍ରକ୍ରିିୟା ପାଇଁ ୬୦ଟି ସେଣ୍ଟର କରାଯାଇଛି । ୧୬୦୩୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଖାତାଦେଖା ପାଇଁ ନିଯୋଜନ ହୋଇଛନ୍ତି । କିନ୍ତୁ ଏବେବି ଚାରୋଟି ସେଣ୍ଟରର ୮୭୩ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତତା ଘେରରେ ରହିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version