ରାଜ୍ୟ

ମାଟ୍ରିକ ପରୀକ୍ଷାରେ ଶୂନ ଫଳ କରିଥିବା ୮୨ଟି ସ୍କୁଲକୁ ନୋଟିସ

Published

on

ଭୁବନେଶ୍ୱର ୬/୬ : ମାଟ୍ରିକ ପରୀକ୍ଷାରେ ଫଳ ଶୂନ କରିଥିବା ୮୨ଟି ସ୍କୁଲକୁ ନୋଟିସ ଜାରି କରିଛନ୍ତି ରାଜ୍ୟ ସରକାର । ସଂପୃକ୍ତ ସ୍କୁଲ ପରିଦର୍ଶନରେ ଯିବେ ବିଭାଗୀୟ ମନ୍ତ୍ରୀ ।  ପିଲା ପାଠ ପଢ଼ୁଛନ୍ତି ନା ନାହିଁ । ଅଭିଭାବକଙ୍କ ମତ ନିଆଯିବ । ସେହିପରି ଇଂରାଜୀ ଶିକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସରକାରୀ ସ୍କୁଲରେ ସ୍ପୋକନ ଇଲିଂଶ କ୍ଲାସ ଆରମ୍ଭ ହେବା ନେଇ ବି ପ୍ରସ୍ତାବ ରହିଛି । ବୋର୍ଡ କର୍ତ୍ତୃପକ୍ଷ ସହ ବୈଠକରେ ଗଣଶିକ୍ଷା ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଶିକ୍ଷାନୀତିରେ ବିଭିନ୍ନ ପରିବର୍ତ୍ତନ କରାଯାଇଛି । ହେଲେ ସରକାରୀ ସ୍କୁଲରେ ଗୁଡ଼ିକରେ ଆଖିଦୃଶିଆ ଫଳାଫଳ ଦେଖିବା ପାଇଁ ମିଳୁନି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୮୨ ଟି ସ୍କୁଲରେ କୌଣସି ବି ଛାତ୍ରଛାତ୍ରୀ ପାସ୍ କରିନାହାନ୍ତି । ଶୂନ ଫଳାଫଳ ଆସିଥିବା ସ୍କୁଲ ଉପରେ ରାଜ୍ୟ ସରକାର କି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version