ଭୁବନେଶ୍ୱର ୧୩/୬ : ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୦୮ରୁ ଆରମ୍ଭ ହେବ । ପରିଷଦ ସଂପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି । ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ମୋଟରେ ପାସ ମାର୍କ ରଖି କୈାଣସି ବିଷୟରେ ଉତୀର୍ଣ୍ଣ ନ ହେବା କାରଣରୁ ଯେଉଁମାନେ ପୁନଃ ପରୀକ୍ଷା ଦେବେ ସେମାନଙ୍କ ପାଇଁ ତାରିଖ ଘୋଷଣା ହୋଇଛି । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୦୮ରୁ ଆରମ୍ଭ ହୋଇ ୧୪ରେ ଶେଷ ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ସଂପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି ।