ଅପରାଧ

ମାତ୍ର ୧୦ହଜାର ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

Published

on

ଭୁବନେଶ୍ୱର ୨/୬ : ମାତ୍ର ୧୦ ହଜାର ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କରିଛି ସାଙ୍ଗ । ଭୁବନେଶ୍ୱରର ନୟାପଲ୍ଲୀ ଅଂଚଳରେ ଘଟିଛି ଏଭଳି ଚାଂଚଲ୍ୟକର ହତ୍ୟାକାଣ୍ଡ । ଆଜି ରେଂଟାଲ କଲୋନି ଅଂଚଳରୁ ଏକ କାର୍ଟୁନରେ ଘୋଡାହୋଇଥିବା ମୃତଦେହ ପୁଲିସ ଉଦ୍ଧାର କରିଛି । ମୃତକ ଜଣକ କଂଟିଲୋ ଅଂଚଳର ଦିଲ୍ଲୀପ ସାହୁ ବୋଲି ପୁଲିସ ସୂଚନା ଦେଇଛି । ଅଭିଯୁକ୍ତ ଜଣକ ହତ୍ୟାକାଣ୍ଡ ପରେ ଫେରାର ହେଉଥିବା ବେଳେ ସ୍ଥାନୀୟ ଲୋକେ ତାକୁ କାବୁ କରି ପୁଲିସ ଜିମାରେ ଦେଇଛନ୍ତି ।
ଅଭିଯୁକ୍ତର ଘର ନିଆଳି ଅଂଚଳରେ ବୋଲି ଜଣାପଡିଛି । ଦୁଇ ସାଙ୍ଗଙ୍କ ମଧ୍ୟରେ ୧୦ ହଜାର ଟଙ୍କାକୁ ନେଇ ଝଗଡା ହୋଇଥିଲା । ଏଥରେ ଉତ୍ୟକ୍ତ ହୋଇ ଜଣେ ଆର ଜଣକୁ ହତ୍ୟା କରିଥିଲା । ଏହାପରେ ଏକ କାର୍ଟୁନରେ ମୃତଦେହକୁ ଭର୍ତି କରି ରେଂଟାଲ କଲୋନି ଅଂଚଳରେ ଫୋପାଡି ଦେଇ ଫେରାର ହୋଇଯାଉଥିବାବେଳେ ଲୋକଙ୍କ ହାତରେ ଧରାପଡିଲା ଅଭିଯୁକ୍ତ ।

Leave a Reply

Your email address will not be published. Required fields are marked *

Trending

Exit mobile version