ଅର୍ଥନୀତି

ମାତ୍ର ୯ ଜଣ ବ୍ୟକ୍ତିଙ୍କ ନିକଟରେ ତଳ ସ୍ତରର ୫୦ ପ୍ରତିଶତ ଲୋକଙ୍କ ସମ୍ପତ୍ତି

Published

on

ନୂଆଦିଲ୍ଲୀ ୨୧/୧ : ଭାରତର ଦୁର୍ବଳ ଶ୍ରେଣୀର ୫୦ ପ୍ରତିଶତ ଲୋକଙ୍କ ନିକଟରେ ଯେତିକି ସମ୍ପତ୍ତି ରହିଛି, ଦେଶର ୯ ଜଣ ସବୁଠୁ ଧନୀ ବ୍ୟକ୍ତିଙ୍କ ନିକଟରେ ପ୍ରାୟ ସେତିକି ସମ୍ପତ୍ତି ରହିଛି । ଅକ୍ସଫାମର ଏକ ରିପୋର୍ଟରୁ ଏହି ସୂଚନା ମିଳିଛି । ସେଥିରେ କୁହାଯାଇଛି ଯେ, ଦେଶର ଏକ ପ୍ରତିଶତ ଧନୀ ଲୋକଙ୍କ ସମ୍ପତ୍ତି ଇତି ମଧ୍ୟରେ ୩୯ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଗରିବ ଲୋକମାନଙ୍କ ସମ୍ପତ୍ତିରେ ଏହି ବୃଦ୍ଧି ହାର ମାତ୍ର ୩ ପ୍ରତିଶତ । ୧୦ ପ୍ରତିଶତ ଲୋକଙ୍କ ପାଖରେ ଦେଶର ୭୭.୪ ପ୍ରତିଶତ ସମ୍ପତ୍ତି ରହିଛି ବୋଲି ଏଥିରେ ଦର୍ଶାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version