ରାଜ୍ୟ

ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ ପୋଡ଼ି : ୧୦ ଜଣଙ୍କ ନାମରେ ମାମଲା ରୁଜୁ

Published

on

ସମ୍ବଲପୁର ୨୦/୧୨ : ସମ୍ବଲପୁରସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ଶାଖା କାର୍ଯ୍ୟାଳୟରେ ଗତ ବୁଧବାର ନିଆଁ ଲଗାଇ ଦିଆଯିବା ଘଟଣାର ତଦନ୍ତ ଆରମ୍ଭ କରିଛି ଧନୁପାଲି ଥାନା ପୋଲିସ । ପୋଲିସ ୧୦ ଜଣଙ୍କ ନାମରେ ମାମଲା ରୁଜୁ କରି ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ଅନୁଧ୍ୟାନ କରୁଛି । ଏହି ଅବସରରେ ପରିଷଦର ଜଣେ ଉଚ୍ଚ ଅଧିକାରୀ କହିଛନ୍ତି ଯେ, ଅଫିସର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପୋଡି ଯାଇଥିଲେ ହେଁ, ପରୀକ୍ଷା ଦେବାପାଇଁ ଛାତ୍ରଛାତ୍ରୀଙ୍କର କୋ÷ଣସି ଅସୁବିଧା ହେବନାହିଁ । ଫର୍ମଫିଲଅପ୍ କରିଥିବା ସବୁ ଛାତ୍ରଛାତ୍ରୀ ଯେଭଳି ଅନାୟସରେ ପରୀକ୍ଷା ଦେଇପାରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version