ସମ୍ବଲପୁର ୧୯/୧୨ : ସମ୍ବଲପୁର ଜେଲ୍ ରୋଡରେ ଥିବା ମାଧ୍ୟମିକ ଶିକ୍ଷା ପରିଷଦ ଶାଖା କାର୍ଯ୍ୟାଳୟରେ ଆଜି କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି । ପୂର୍ବାହ୍ନରେ ୭-୮ଜଣ ଯୁବକ କାର୍ଯ୍ୟାଳୟ ଭିତରେ ପଶି କର୍ମଚାରୀମାନଙ୍କ୍ୁ ବାହାରକୁ ବାହାର କରିଦେଇଥିଲେ । ପରେ ସେମାନେ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ । ଫଳରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ବାହାରେ ଥିବା ଦୁଇଟି ବାଇକ୍ ଜଳିଯାଇଛି । ପରିଷଦର ଡେପୁଟି ସେକ୍ରେଟାରୀ ସୁର୍ଯ୍ୟମଣି ମାଝୀ ଥାନାରେ ଏତଲା ଦେବାପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି । ନିଆଁ ଲଗାଇବା କାରଣ ସମ୍ପର୍କରେ ହଠାତ୍ କିଛି ଜଣାପଡ଼ିନାହିଁ ।