ଦେଶ ବିଦେଶ

ମାସୁଦ ଅଜହର ପାକିସ୍ତାନରେ ଅଛି : ପାକ୍ ବୈଦେଶିକ ମନ୍ତ୍ରୀ

Published

on

ଲାହୋର ୧/୩ : ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଅଜହର ପାକିସ୍ତାନରେ ଅଛି । ସେ ଅସୁସ୍ଥ ଅଛି । ଆଜି ଏକ ଗଣମାଧ୍ୟମର ସାକ୍ଷାତକାରରେ ଏକଥା ସ୍ୱୀକାର କରିଛନ୍ତି ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସୀ ।
ଏକ ସାକ୍ଷାତକାରରେ କ୍ୟୁରେସୀ କହିଛନ୍ତି ଯେ, ମସୁଦ ତାହା ଘରୁ ବାହାରକୁ ବାହାରୁ ନାହିଁ । ତା ଦେହ ଖରାପ ରହିଛି । ଯଦି ଭାରତ ପାଖରେ ପର‌୍ୟ୍ୟାପ୍ତ ପ୍ରମାଣ ଥାଏ ତେବେ ତାକୁ ଗିରଫ କରାଯିବ ବୋଲି ସେ କହିଛନ୍ତି ।
ପୁଲୱାମାରେ ଏକ ଆତଙ୍କବାଦୀ ବିସ୍ଫୋରଣରେ ୪୪ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ ।ଏଥିପାଇଁ ଜୈଶ-ଏ-ଅହମ୍ମଦ ନିଜକୁ ଦାୟୀ କରିଥିଲା । ଭାରତ ମାସୁଦ ବିରୋଧରେ ଅନେକ ପ୍ରମାଣ ଦେଇଥିଲେ ସୁଧା ପାକ୍ ବାରମ୍ବାର ମିଛ କହିବା ସହ ମାସୁଦ ଭଳି ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ସୁରକ୍ଷା ଦେଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version