କଟକ ୧/୨ : ଆଜି ସ୍ଥାନୀୟ ତନ୍ତି ସାହିରେ ଜଣେ ଚିକେନ ବ୍ୟବସାୟୀଙ୍କୁ ମାଡ଼ ମାରି ଦୁର୍ବୃତ୍ତମାନେ ୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ୪ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କଠାରୁ ଟଙ୍କା ଥିବା ବ୍ୟାଗ ଛଡ଼ାଇବାକୁ ଉଦ୍ୟମ କରିଥିଲେ । ତେବେ ସେ ବ୍ୟାଗ ନ ଛାଡ଼ିବାରୁ ତାଙ୍କୁ ମାଡ଼ ମାରି ବ୍ୟାଗଟି ନେଇ ପଳାଇଥିଲେ । ଏତଲା ପାଇବା ପରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।