ରାଜ୍ୟ

ମାଡ଼ିଗଲା ଟ୍ରକ୍‌ : ୧ ମୃତ, ୩ ଗୁରୁତର

Published

on

ରାଉରକେଲା ୫/୬ : ଲୁଟ୍‌ କରିବା ସମୟରେ ଗାଡ଼ି ଚକା ତଳେ ଚାପି ହୋଇ ଜଣେ ଲୁଟେରାର ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ଘଟଣାଟି ଘଟିଛି ରାଉରକେଲା ବାଗଡେଗା ଘାଟି ନିକଟରେ । ଗୁରୁତରମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଆଉ ୨ ଜଣଙ୍କୁ ପୋଲିସ ଗିରଫ କରିଛି । ଆଜି ସୁନ୍ଦରଗଡ଼ ବାଗଡେଗା ଘାଟି ନିକଟରେ ୬ ଜଣିଆ ଲୁଟେରା ଗ୍ୟାଙ୍ଗ୍‌ ଏକ ଲୁହା ବୋଝେଇ ଟ୍ରକ୍‌କୁ ଅଟକାଇଥିଲେ । ଟ୍ରକ୍‌ଟି ଅଟକିବା ସମୟରେ ଲୁଟେରାଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ଜଣେ ଲୁଟେରା ଘଟଣା ସ୍ଥଳରେ ପ୍ରାଣ ହରାଇଛି । ଆଉ ୩ ଜଣ ଗୁରୁତର ହୋଇପଡ଼ିଥିବାବେଳେ ସେମାନଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି । ପୋଲିସ ଅନ୍ୟ ୨ ଜଣଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version