ଦେଶ ବିଦେଶ

ମା’ ଜୀବନ ପ୍ରତି ବିପଦ ଥିଲେ ଗର୍ଭପାତ କରାଇପାରିବେ ଡାକ୍ତର : ହାଇକୋର୍ଟ

Published

on

ମୁମ୍ବାଇ ୯/୫ : ମା’ ଜୀବନ ପ୍ରତି ବିପଦ ଥିଲେ ଗର୍ଭଧାରଣ ୨୦ ସପ୍ତାହରୁ ଅଧିକ ହୋଇଥିଲେ ମଧ୍ୟ ଜଣେ ପଞ୍ଜୀକୃତ ଡାକ୍ତର ଗର୍ଭପାତ କରାଇପାରିବେ। ଅଦାଲତର ବିନା ଅନୁମତିରେ ସେ ଏହା କରିପାରିବେ ବୋଲି ବମ୍ବେ ହାଇକୋର୍ଟ ରାୟ ଦେଇଛନ୍ତି। ତେବେ ଗର୍ଭଧାରଣ ୨୦ ସପ୍ତାହ ଅତିକ୍ରାନ୍ତ କରିଥିଲେ ଏବଂ ମହିଳା ଯଦି ଭୟ କରୁଥାନ୍ତି ଯେ, ଏହା ତାଙ୍କ ପ୍ରତି ଗୁରୁତର ଶାରୀରିକ ଏବଂ ମାନସିକ ଆଘାତ ପହଞ୍ଚାଇବ ବା ପିଲା ଜନ୍ମ ହେବାରେ ବଡ଼ ଧରଣର ବିପଦ ରହିଛି ସେଭଳି କ୍ଷେତ୍ରରେ ଗର୍ଭବତୀ ଥିବା ମହିଳା ଗର୍ଭପାତ ପାଇଁ ହାଇକୋର୍ଟଙ୍କ ଅନୁମତି ନେବେ ବୋଲି ଖଣ୍ଡପୀଠ କହିଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version