ଅପରାଧ

ମା’ ସହଯୋଗରେ ମଦ୍ୟପ ପିତାଙ୍କୁ ମାରିଲା ଝିଅ

Published

on

ମାଲକାନଗିରି ୩/୧ : ମଦ୍ୟପ ପିତାର ନିର୍ଯାତନା ବେଳକୁ ବେଳ ଅସହ୍ୟ ହୋଇଗଲା । ଏଥିରେ ଅତିଷ୍ଠ ହୋଇପଡ଼ିଲେ ଝିଅ ଓ ମା’ । ଶେଷରେ ଦୁହେଁ ମିଶି ତାଙ୍କୁ ପଥରରେ ଛେଚି ହତ୍ୟା କଲେ । ଏଭଳି ଏକ ମର୍ମତୁଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ ।
ଗତ ୭ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲେ ହେଁ ଏବେ ଏହାର ରହସ୍ୟ ଉନ୍ମୋଚନ ହୋଇଛି । ମାଲକାନଗିରି ପୋଲିସ ଉଭୟ ମା’-ଝିଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ୭ ତାରିଖରେ ଝିଅ ଅଞ୍ଜଳି ମାଡ଼କାମି ଓ ମା’ ମୁଡେ ମାଡ଼କାମି ବାପ ପଡ଼ିଆ ମାଡ଼କାମିଙ୍କୁ କୋ÷ଣସି ପ୍ରକାର ବାହାନା ଦେଖାଇ ଅନ୍ୟ ଗାଁକୁ ଡାକି ନେଇଥିଲେ । ଜଙ୍ଗଲିଆ ଅଂଚଳ ଦେଇ ଯାଉଥିବାବେଳେ ଅଞ୍ଜଳି ତା’ ମା’ସହ ମିଶି ପଡ଼ିଆ ମାଡ଼କାମିଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ । ଏହାପରେ ଶବ ଉପରେ କୁଟା ନଡ଼ା ଥୋଇ ନିଆଁ ଲଗାଇ ଦେଇଥିଲେ । କିନ୍ତୁ ଏହି ନିଆଁରେ ଶବଟି ଅଳ୍ପ ପୋଡ଼ି ହୋଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version