Nation

ମୁକେଶ ଅମ୍ବାନୀ ଉଠିଯିବେକି ଲଣ୍ଡନ?

Published

on

ମୁମ୍ବାଇ: ରିଲାଏନ୍ସ ସଂସ୍ଥାର ମାଲିକ ମୁକେଶ ଅମ୍ବାନୀଙ୍କ ଉଠିଯିବେକି ଲଣ୍ଡନ?  ଏହି ପ୍ରଶ୍ନ ଅନେକଙ୍କ ମନରେ ଉଙ୍କି ମାରୁଥିବା ବେଳେ ସ୍ୱୟଂ ମୁକେଶ ଅମ୍ବାନୀ ଏହାକୁ ଏକ ଗୁଜବ ବୋଲି କହି ଖଣ୍ଡନ କରିଛନ୍ତି। ହେଲେ ଜ୍ୟୋତିଷ ପଣ୍ଡିତମନେ ଏ କଥାରେ କିଛିଟା ସତ୍ୟତା ରହିଛି ବୋଲି ଗଣନାରୁ ଜାଣୁଛନ୍ତି।

ମୁକେଶ ବ୍ରିଟେନରେ ଷ୍ଟୋକ ପାର୍କ ଇଷ୍ଟେଟ କିଣିବାପରେ ଏହି ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ହେଲେ ମୁକେଶଙ୍କ କହିବା କଥା ହେଲା ସେ ଏହାକୁ ଏକ ଗୋଲ୍ଫ ଏବଂ ସ୍ପୋର୍ଟିଂ ରିସର୍ଟ କରିବାର ଯୋଜନା କରୁଛନ୍ତି।

ମୁକେଶଙ୍କ ଜନ୍ମ ଏମେନର ଏଡେନରେ ଏପ୍ରିଲ ୧୯,୧୯୫୭ରେ ହୋଇଥିଲା। ତାଙ୍କର ଜନ୍ମ ବେଳା ଥିଲା ସନ୍ଧ୍ୟା ୭.୪୭ ମିନିଟ। ପରେ ସେ ତାଙ୍କ ବାପାଙ୍କ ସହ ବମ୍ବେ ଆସିଥିଲେ।

ତାଙ୍କର ଏହି ଜନ୍ମ କୁଣ୍ଡଳୀ ଗଣନାରୁ ଜ୍ୟୋତିଷମାନେ ଜାଣିବାକୁ ପାଇଛନ୍ତି ଯେ ୨୦୨୨, ୨୦୨୩ ଓ ୨୦୨୪ ବର୍ଷ ତାଙ୍କର ସ୍ୱାସ୍ଥ୍ୟ ପାଇଁ ମଙ୍ଗଳକାରକ ନୁହେଁ।

ଆଗକୁ ପଡୁଥିବା ଦଶା ପ୍ରଭାବରେ ଅମ୍ବାନୀ ନିଜର ଚିକିତ୍ସା ପାଇଁ ବ୍ରିଟେନରେ ରହି ପାରନ୍ତି ବୋଲି ଜ୍ୟୋତିଷମନେ ଗଣନା କରି କହିଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version