ରାଜନୀତି

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ରହ୍ମପୁର ବିଧାୟକ ରମେଶ ଚ୍ୟାଉପଟ୍ଟନାୟକ

Published

on

ଭୁବନେଶ୍ୱର ୧୭/୩ : ଏଥର ବ୍ରହ୍ମପୁର ବିଧାନସଭା କ୍ଷେତ୍ରରୁ ଲଢ଼ିବା ପାଇଁ ଆଶାୟୀଙ୍କ ଲମ୍ବା ଲାଇନ୍ ଲାଗି ରହିଥିବାବେଳେ ରମେଶ ସବୁକିଛି ଦଳର ସୁପ୍ରିମୋଙ୍କ ଉପରେ ଛାଡ଼ିଦେଇଛନ୍ତି ବୋଲି କହିଛନ୍ତି । ଏପରିକି ଯଦି ନବୀନ ଟିକେଟ ଦେବେ ତେବେ ଲଢିବି ନଚେତ ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ କାମ କରିବି ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ ।
ବିଜେଡି ଜନ୍ମ ହେବା ପରଠାରୁ ଏହି ବିଧାନସଭା କ୍ଷେତ୍ରକୁ ଦଳ ପାଇଁ ସୁରକ୍ଷିତ ଭାବେ ବଜାୟ ରଖିଛନ୍ତି ରମେଶ । ତେବେ ଏଥର ଦଳରୁ ଟିକେଟ୍ ନମିଳିଲେ ଅନ୍ୟ କେଉଁ ଦଳକୁ ଯିବି ନାହିଁ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ରମେଶ । କାରଣ ଅନ୍ୟଦଳ କଥା ଉଠିଲେ ବିଜୁ ପରିବାର ସଦସ୍ୟ କେବେ ବି ଏହାକୁ ଗ୍ରହଣ କରିପାରିବେ ନାହିଁ ବୋଲି ରୋକ ଠୋକ୍ କହିଛନ୍ତି ବ୍ରହ୍ମପୁର ବିଧାୟକ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *

Trending

Exit mobile version