ଭୁବନେଶ୍ୱର ୧୨/୧୨ : ମଧୁବାବୁ ପେନସନ୍ ଯୋଜନାରେ ଆଉ ୫ ଲକ୍ଷ ବୃଦ୍ଧ ବୃଦ୍ଧାଙ୍କୁ ସାମିଲ କରାଯିବ । ରାଜ୍ୟର ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ଏହି ଯୋଜନାରୁ ବଂଚିତ ନ ହୁଅନ୍ତି ସେଥିପ୍ରତି ସବୁପ୍ରକାର ଦୃଷ୍ଟି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ପ୍ରତିମାସ ୧୫ ରୁ ୨୦ ତାରିଖ ମଧ୍ୟରେ କ୍ୟାମ୍ପ କରାଯାଇ ଭତ୍ତା ବଂଟନ କରାଯିବ ।
କଳାକାର ସହାୟତା ଯୋଜନାରେ ଆଉ ୪୦ ହଜାର କଳାକାରଙ୍କୁ ସାମିଲ କରାଯିବ । ଚଳିତମାସ ୧୫ ତାରିଖରୁ ହିଁ ସେମାନଙ୍କୁ ମାସିକ ୧୨୦୦ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯିବ । ବୁଧବାର ସଚିବାଳୟରେ ପିଠା କାର୍ଯ୍ୟକ୍ରମର ସଠିକ ରୂପାୟନ ନେଇ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।