ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଗସ୍ତ : କଣାସରେ ୨୫୧ କୋଟିର ୧୨ଟି ପ୍ରକଳ୍ପର ଉଦଘାଟନ୍ ଓ ଭିତିପ୍ରସ୍ତର ସ୍ଥାପନ

Published

on

ପୁରୀ ୨୦/୨ : ଗତ କିଛି ଦିନ ହେବ ବିଭିନ୍ନ ଜିଲ୍ଲା ବୁଲି କୋଟି କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀ ପୁରୀ କଣାସରେ ୨ଶହ ୫୧ କୋଟିର ୧୨ଟି ପ୍ରକଳ୍ପର ଉଦଘାଟନ୍ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ନିବନିର୍ମିତ ସତ୍ୟବାଦୀ ତହସିଲ କାର୍ଯ୍ୟାଳୟର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଯେ,ଚାଷୀଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ଯୋଜନାରେ ଭୂମିହୀନ ଚାଷୀ, ଭାଗ ଚାଷୀ ଏବଂ କୃଷି ଶ୍ରମିକଙ୍କୁ ସଂପୂର୍ଣ୍ଣ ଅଣଦେଖା କରାଯାଇଛି । ସେମାନଙ୍କ ପାଇଁ କେନ୍ଦ୍ରୀୟ ଯୋଜନାରେ କୌଣସି ସହାୟତାର ବ୍ୟବସ୍ଥା ନଥିବା ଦୁଃଖର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ହେଲେ ଭୂମିହୀନ ଚାଷୀ, ଭାଗ ଚାଷୀ , କୃଷି ଶ୍ରମିକଙ୍କ ସାର୍ଥ ଯେପରି ସୁରକ୍ଷିତ ରହିବ , ସେମାନେ ଯେପରି ଅନ୍ୟମାନଙ୍କ ପରି ସହୟାତ ପାଇବେ, ତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।
ନବୀନ କହିଛନ୍ତି କି, ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ ଚାଷୀ ଏହି ଯୋଜନାର ସୁଫଳ ପାଇଥିବା ବେଳେ ଆସାନ୍ତା କାଲି ୧୦ ଲକ୍ଷରୁ ଅଧିକ ଚାଷୀ ଏହି ଯୋଜନାରେ ସାମିଲ ହେବେ ବୋଲି କହିଛନ୍ତି । ଜଣେ ବି ଯୋଗ୍ୟ ଚାଷୀ ଯେପରି ବାଦ୍ ନ ପଡନ୍ତି ତା ଉପରେ ମୁଁ ନଜର ରଖିଛି । ସେହିପରି କାଳିଆ ଯୋଜନାର ହିତାଧିକାରୀଙ୍କ ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ହୋଇଥିବା କାଳିଆ ଛାତ୍ରବୃତ୍ତି ଯୋଜନା, ବିନା ସୁଧରେ ଚାଷୀଙ୍କୁ ଋଣ, ବିନା ସୁଧରେ ମିଶନ ଶକ୍ତି ମାମାନଙ୍କ ଋଣ ଆଦି ରାଜ୍ୟ ସରକାରଙ୍କ ପଦକ୍ଷେପର ସୁବିଧା ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version