ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ : ସୁରକ୍ଷା ସମୀକ୍ଷା କଲେ ପୋଲିସ ଡିଜି

Published

on

ଭୁବନେଶ୍ୱର ୨୬/୫ : ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ ପଟ୍ଟନାୟକ । ଭୁବନେଶ୍ୱରର ଇଡକୋ ପ୍ରଦର୍ଶନୀ ପଡିଆରେ ଏହି ଶପଥ ଗ୍ରହଣ ସମାରୋହ ଉତ୍ସବ ହେବ । ଏହି ଉତ୍ସବରେ ବହୁ ଶିଳ୍ପପତିଙ୍କ ସମେତ ଦେଶର ବଡ ବଡ ଅଧିକାରୀ ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଛି ।
୫ ହଜାରରୁ ଉର୍ଦ୍ଧ ଲୋକ ସାମିଲ ହେବାର କାର‌୍ୟ୍ୟକ୍ରମ ରହିଛି । ଏଥିପାଇଁ ଇଡକୋ ଗ୍ରାଉଣ୍ଡର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ଡିଜି କହିଛନ୍ତି ପୋଲିସ କମିଶନର ସତ୍ୟଜିତ୍ ମହାନ୍ତିଙ୍କୁ ସୁରକ୍ଷା ବ୍ୟବସ୍ଥାର ଦାୟିତ୍ୱ ଦିଆଯାଇଛି । ଏହା ସହିତ ବିଭିନ୍ନ ସ୍ଥାନରେ ଲାଗିବ ସିସିଟିଭି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଇଛି । ଇଡକୋ ପ୍ରଦର୍ଶନୀ ପଡିଆର ନିକଟରେ ଥିବା ବଡ ବଡ କୋଠା ଗୁଡିକୁ ସୁରକ୍ଷା ଦୃଷ୍ଟିରୁ ନିଜ ଦାୟିତ୍ୱକୁ ନିଆଯିବ ବୋଲି କହିଛନ୍ତି ପୋଲିସ ଡିଜି । ଏହା ସହିତ ଯେପରି ଟ୍ରାଫିକ୍ ସମସ୍ୟା ଦେଖାନଦିଏ, ସେଥିପ୍ରତି ଅଧିକ ପ୍ରାଥମିକତା ଦିଆଯିବ ବୋଲି ପୋଲିସ ଡିଜି କହିଛନ୍ତି ।
ଅନ୍ୟପଟେ, ୫ମ ପାଳିର ଏହି ଶପଥ ଗ୍ରହଣ ଉତ୍ସବ ଯେପରି ସମସ୍ତଙ୍କ ମନରେ ରହିବ ସେଥିପାଇଁ ରାଜ୍ୟ ସରକାରଙ୍କଠାରୁ ପୁଲିସ ପ୍ରଶାସନ ପକ୍ଷରୁ ଲୋକଙ୍କ ପାଇଁ ସବୁ ପ୍ରକାରର ବନ୍ଦୋବସ୍ତ କରାଯାଇଛି। ପ୍ରବଳ ଖରା ହେଉଥିବାରୁ ପ୍ରଦର୍ଶନୀ ପଡ଼ିଆର ପ୍ରାୟ ଅଧା ଅଞ୍ଚଳରେ ଶୀତତାପ ନିୟନ୍ତ୍ରିତ ଟେଣ୍ଟ ବାନ୍ଧିବାକୁ ନିଷ୍ପତ୍ତି ହୋଇଛି। ୨୦ରୁ ଅଧିକ ଏଲ୍ଇଡି ସ୍କ୍ରିନ୍ ଲାଗିବ। ଏହାସହ ରାଜଧାନୀର ବିଭିନ୍ନ ସ୍ଥାନରେ ଶପଥ ଗ୍ରହଣ ଉତ୍ସବର ଲାଇଭ୍ ଟେଲିକାଷ୍ଟ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବ ପାଇଁ ଏଠାରେ ବିଏମ୍ସି ଓ ପୂର୍ତ୍ତ ବିଭାଗ ପକ୍ଷରୁ ଗଦା ହୋଇଥିବା ଗଛ ଓ ଡାଳଗୁଡ଼ିକୁ ଶୁକ୍ରବାରଠାରୁ ଖାଲି କରାଯାଉଛି। ପ୍ରାୟ ୫୦ରୁ ଅଧିକ ଟ୍ରକ୍ ଓ ଜେସିବି ଲାଗି ଏହି ସବୁଜ ଆବର୍ଜନାଗୁଡ଼ିକୁ ଡମ୍ପିଂୟାର୍ଡକୁ ବୁହାଯାଉଛି।

Leave a Reply

Your email address will not be published. Required fields are marked *

Trending

Exit mobile version