ଭୁବନେଶ୍ୱର ୭/୧୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ନବମ ବରିଷ୍ଠ ନାଗରିକ ଯୋଜନା ତୀର୍ଥଯାତ୍ରା ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି । ଫଳରେ ଏହି ଟ୍ରେନ୍ଟି ସମ୍ବଲପୁରରୁ ରାମେଶ୍ୱର-ମଦୁରାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ସଚିବାଳୟରୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଟ୍ରେନ ଯାତ୍ରାର ଶୁଭାରମ୍ଭ କରିଥିଲେ । ରାଜ୍ୟର ବରିଷ୍ଠ ନାଗରିକମାନଙ୍କୁ କମ୍ ସ୍ୱଳ୍ପ ମୂଲ୍ୟରେ ଭାରତ ଭ୍ରମଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ତୀର୍ଥଯାତ୍ରା ଯୋଜନା ଆରମ୍ଭ ହୋଇଛି ।