ଜୟପୁର ୧୪/୩ : ମୁଖ୍ୟ ଚିକିତ୍ସାଳୟରେ ଏକ ଅଚିହ୍ନା ମୃତଦେହ ପଡ଼ିରହିଛି । ଦୁଇଦିନ ହେଲା ମେଡ଼ିକାଲରେ ମୃତଦେହ ପଡି ରହି ଗନ୍ଧ ବାହାରୁଥିଲେ ମଧ୍ୟ ପୋଷ୍ଟମର୍ଟମ ହୋଇନଥିବାରୁ ସ୍ଥାନୀୟ ଲୋକେ ଉତ୍ତେଜନା ପ୍ରକାଶ କରିଛନ୍ତି । କୋରାପୁଟ ଜିଲ୍ଳା ଜୟପୁରର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଚିହ୍ନା ମୃତଦେହ ପଡ଼ିରହିଛି । ଆମ୍ବାଗୁଡ଼ା ଠାରେ ଘଟିଥିବା ଏକ ଦୁର୍ଘଟଣା ପରେ ମୃତଦେହଟି ମେଡ଼ିକାଲକୁ ଆସିଥିଲା । ଦୁଇଦିନ ଧରି ବନ୍ଦ କୋଠରୀ ଭିତରେ ଏହି ମୃତଦେହଟି ପଡ଼ି ରହି ପଚି ଗନ୍ଧ ବାହାରୁଛି ।