ଦେଶ ବିଦେଶ

ମୁସାଫିର ହୁଁ ୟାରୋ ନା ଘର ହୈ ନା ଠିକାନା…….

Published

on

କୋଲକତା: ମୁସାଫିର ହୁଁ ୟାରୋ ନା ଘର ହୈ ନା ଠିକାନା…. ପୁରୁଣା ହିନ୍ଦୀ ସିନେମା ପରିଚୟର ଏହି ଗୀତ ବେଶ ଲୋକପ୍ରିୟ। ହେଲେ ବର୍ତ୍ତମାନ ଏହି ଗୀତର ଲୋକପ୍ରିୟତା ବଢି ଯାଇଛି।

ଗୀତଟିକୁ ପଶ୍ଚିମବଙ୍ଗ ବିଦାୟୀ ସ୍ଵାସ୍ଥ୍ୟ ସଚିବ ଗାଇବା ପରେ ଏହା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।

ପଶ୍ଚିମବଙ୍ଗ କ୍ୟାଡ଼ରର ୧୯୯୦ ବ୍ୟାଚର ଆଇଏଏସ ଅଫିସର ବିବେକ କୁମାର ରାଜ୍ୟର ସ୍ୱାସ୍ଥ୍ୟ ସଚିବ ଥିଲେ। ହେଲେ କରୋନା ଯୁଦ୍ଧ ସମୟରେ ମମତା ଦିଦିଙ୍କ ସରକାର ତାଙ୍କୁ ଅଚାନକ ବଦଳି କରି ଦେଇଛନ୍ତି। କରୋନା ଡାଟା ବିବାଦ ଯୋଗୁଁ ତାଙ୍କୁ ହଟାଇ ଦିଆଯାଇଛି ବୋଲି କୁହାଯାଇଛି।

ହେଲେ ବିବେକ କୁମାର ଏହି ଘଟଣାରେ ଦୁଖୀ ହୋଇ ପଡିଛନ୍ତି।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କ ପାଇଁ ଅନୁଷ୍ଠିତ ବିଦାୟ ସମ୍ବର୍ଦ୍ଧନାର ଉତ୍ତରରେ ବିବେକ କିଛି କହିନଥିଲେ।
ସେ ଜିତେନ୍ଦ୍ର-ଜୟା ଭଦୁଡି ଅଭିନୀତ ପରିଚୟ ସିନେମାର କିଶୋର କୁମାରଙ୍କ ଏହି ଗୀତଟି କେବଳ ଗାଇ ଥିଲେ।

ମୁସାଫିର ହୁଁ ୟାରୋ ନା ଘର ହୈ ନା ଠିକାନା… ମୁଝେ ଚଲତେ ଯାନା ହୈ …

ବିବେକଙ୍କ ଗୀତଟି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ବିଶେଷକରି ବିଜେପିଵାଲାଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇ ପାରିଛି।

ଇତି ମଧ୍ୟରେ ଓଡିଶା ସରକାର ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ତାଙ୍କ ପାଦରୁ ହଟାଇ ଦେଇଛନ୍ତି।

ଦେଖିବା ନିକୁଞ୍ଜ ଧଳ କେଉଁ ଗୀତ ଗାଉଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version