ସିଲଂ ୨୯/୧୨ : ମେଘାଳୟର ଏକ ଖଣିରେ ଫସିଥିବା ୧୫ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ନୋ÷ସେନା ପକ୍ଷରୁ ସେଠାକୁ ୧୫ ଜଣ ଡାଇଭର ପଠାଯାଇଛି । ଓଡ଼ିଶାରୁ ମଧ୍ୟ ଅଗ୍ନିଶମ ବିଭାଗର ଏକ ଦଳ ଗତକାଲି ସେଠାକୁ ଯାଇ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି । ଏନଡିଆରଏଫ୍ ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟକରେ ସାମିଲ ହୋଇଛି । କିଛିଦିନ ତଳେ ମେଘାଳୟର ଏକ ଖଣି ଭିତରେ କାର୍ଯ୍ୟ କରୁଥିବା ବେଳେ ସେଥିରେ ପାଣି ପଶିଯିବାରୁ ସେଠାରେ ୧୫ଜଣ ଶ୍ରମିକ ଅଟକ ରହିଛନ୍ତି ।