Nation

ମେଡିକାଲ ପାଠ୍ୟକ୍ରମରେ ଓବିସି ଓ ଆର୍ଥିକ ଦୁର୍ବଳ ଶ୍ରେଣୀ ନିମନ୍ତେ ସଂରକ୍ଷଣ

Published

on

ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ନିମ୍ନ ସ୍ନାତକ ଓ ସ୍ନାତକୋତ୍ତର ମେଡିକାଲ ଓ ଡେଣ୍ଟାଲ ପାଠ୍ୟକ୍ରମରେ ଚଳିତ ଶିକ୍ଷାବର୍ଷରୁ ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ଶତକଡା ୨୭ଭାଗ ଓ ଶତକଡା ଦଶଭାଗ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଶତକଡା ଦଶ ଭାଗ ସିଟ ସଂରକ୍ଷଣ ରହିବ ବୋଲି ଘୋଷଣା କରିଛନ୍ତି।

ଧାରାବାହିକ ଟ୍ୱିଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ଆମ ସରକାର ଚଳିତ ଶିକ୍ଷାବର୍ଷଠାରୁ ଅନ୍ୟାନ୍ୟ ଅନଗ୍ରସରର ଶ୍ରେଣୀଙ୍କ ନିମନ୍ତେ ଶତକଡା ୨୭ ଓ ଆର୍ଥିକ ଦୁର୍ବଳଶ୍ରେଣୀଙ୍କ ନିମନ୍ତେ ଶତକଡା ଦଶଭାଗ ସଂରକ୍ଷଣ ସର୍ବଭାରତୀୟ କୋଟା ଯୋଜନା ଅଧୀନରେ ନିମ୍ନସ୍ନାତ୍ତକ ଓ ସ୍ନାତକୋତ୍ତର ଶ୍ରେଣୀ ମେଡିକାଲ ପାଠ୍ୟକ୍ରମ ନିମନ୍ତେ ଏକ ଐତିହାସିକ ନିଷ୍ପତ୍ତି ନେଇଛି ।

ଏହା ଆମର ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଯଥେଷ୍ଟ ସାହାଯ୍ୟ ଓ ଉନ୍ନତ ସୁଯୋଗ ଦେବା ସହ ଦେଶର ସାମାଜିକ ନ୍ୟାୟ କ୍ଷେତ୍ରରେ ଏକ ଆଦର୍ଶ ସୃଷ୍ଟି କରିବ ।”

Leave a Reply

Your email address will not be published. Required fields are marked *

Trending

Exit mobile version