ରାଜ୍ୟ

ମେଡ଼ିକାଲ ସାମ୍ନାରେ ନବଜାତ ଶିଶୁ କନ୍ୟାର ମୃତଦେହକୁ ଖାଇଲା କୁକୁର

Published

on

ବାଲେଶ୍ୱର ୬/୬ : ମେଡ଼ିକାଲ ସାମ୍ନାରେ ଏକ ନବଜାତ ଶିଶୁ କନ୍ୟାର ମୃତଦେହକୁ ବୁଲା କୁକୁର ଝୁଣି ଖାଉଥିବା ଜଣାପଡ଼ିଛି । ଖବର ପାଇଁ ସୋର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ମୃତ ଶିଶୁ କନ୍ୟାଟି ଗୋଷ୍ଠ ସ୍ୱାସ୍ଥ୍ୟ କେନ୍ଦ୍ରର ନୁହେଁ ବୋଲି ଡାକ୍ତର କହିଛନ୍ତି ।
ଦୁଇ ଜଣ ଯୁବକ ମେଡ଼ିକାଲରୁ ଘରକୁ ଯାଉଥିବା ବେଳେ ରାସ୍ତା ଉପରେ କୁକୁରଟି ମୃତଦେହ ଖାଉଥିବା ଦେଖିଥିଲେ । ସେମାନେ କୁକୁରକୁ ଗୋଡ଼ାଇଥିଲେ । ଏହା ପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିଥିଲା । ଡାକ୍ତରଖାନା କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ଅଭିଯୋଗ ହୋଇଛି । ମାତ୍ର ଡାକ୍ତର ଖାନା କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରିଛନ୍ତି । ନିକଟରେ ମେଡ଼ିକାଲରେ କୌଣସି ଶିଶୁ କନ୍ୟା ଜନ୍ମ ହୋଇ ଥିବା ରେକର୍ଡରେ ନାହିଁ । ନିକଟରେ ଏକ ନର୍ସିଂହୋମ ରହିଛି । ଶିଶୁ କନ୍ୟାଟି ନର୍ସିଂହୋମର ହୋଇଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version