ରାଜ୍ୟ

ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

Published

on

ଭୁବନେଶ୍ୱର ୧୪/୫ : ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ନିର୍ଦ୍ଦିଷ୍ଟ କେଉଁ ଦିନ ରେଜଲ୍ଟ ବାହାରିବ ସେ ନେଇ ସୂଚନା ଦେଇ ନାହାନ୍ତିି ବୋର୍ଡ ସଭାପତି ଜାହାନାରା ବେଗମ । ବାତ୍ୟା ଫୋନି ପାଇଁ ପରୀକ୍ଷା ଫଳ ବାହାରିବାରେ ବିଳମ୍ବ ହୋଇଥିବା ବୋର୍ଡ ସଭାପତି କହିଛନ୍ତି । ମେ’ ପ୍ରଥମ ସପ୍ତାହରେ ଫଳାଫଳ ବାହାରିବାର ଥିଲା । କିନ୍ତୁ ବାତ୍ୟା ଯୋଗୁଁ ରେଜଲ୍ଟ ବାହାରିବାରେ ବିଳମ୍ବ ହୋଇଛି ।
ମେ’ ପ୍ରଥମ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥାନ୍ତା। କିନ୍ତୁ ଫୋନି ପାଇଁ ସବୁ ବିଗିଡି ଯାଇଥିଲା । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଏପ୍ରିଲ୍ ୫ତାରିଖରୁ ମୂଲ୍ୟାୟନ ସରିଥିଲା। ମୂଲ୍ୟାୟନ କେନ୍ଦ୍ରରୁ ଅନଲାଇନରେ ମାର୍କ ପୋଷ୍ଟିଂ କରାଯାଇଥିଲା। ଫଳ ପ୍ରକାଶନ ବିଳମ୍ବ ନକରିବା ପାଇଁ ଦୀର୍ଘ ଉତ୍ତରମୂଳକ ମୂଲ୍ୟାୟନ ଚାଲିଥିବା ବେଳେ ରାଜ୍ୟ ବାହାରର ଏକ କମ୍ପ୍ୟୁଟର ଫାର୍ମରେ ଓଏମଆର୍ ମୂଲ୍ୟାୟନ ମଧ୍ୟ ଚାଲିଥିଲା। ମେ’ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶନ କରାଯିବା ବୋଲି ବୋର୍ଡ ସଭାପତି ଡକ୍ଟର ଜାହାନ ଆରା ବେଗମ୍ ସୂଚନା ଦେଇଥିଲେ। କିନ୍ତୁ ଫୋନି ଯୋଗୁଁ ଉପୁଜିଥିବା ବିଦ୍ୟୁତ୍ ସମସ୍ୟା ପାଇଁ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନ ବିଳମ୍ବ ହେଉଥିବା ବୋର୍ଡର ଜଣେ ଉଚ୍ଚପଦସ୍ଥ ଅଧିକାରୀ ସୂଚନା ଦେଇଥିଲେ। କିନ୍ତୁ ମେ’ ୧୦ତାରିଖ ପରେ ମାଟ୍ରିକ୍ ଫଳ ପ୍ରକାଶନ କରାଯିବା ପାଇଁ ପ୍ରସ୍ତୁତି ଚାଲିଥିବା ସଂପୃକ୍ତ ଅଧିକାରୀ କହିଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version