National

ମୋଦିଙ୍କୁ ଧମକ ଦେଇ ସୟଦ ଅହମ୍ମଦ ଗିରଫ

Published

on

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ସାଲେପୁରର ଯୁବକ ଗିରଫ।

ସାଲେପୁରର କୁସମ୍ବି ଗ୍ରାମର ସୟଦ ଅହମ୍ମଦ ଫେସବୁକରେ ମୋଦି ଏବଂ ଯୋଗୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରିବା ସଙ୍ଗେ ସଙ୍ଗେ ଧମକ ବି ଦେଇଥିଲେ।

ଉତ୍ତର ପ୍ରଦେଶ ପୋଲିସ ଏକ ଦେଶଦ୍ରୋହ ମାମଲା ରୁଜୁକରି ଗୁରୁବାର ସୟଦ ଅହମ୍ମଦକୁ ସାଲେପୁରର ତାର ଗ୍ରାମ କୁସମ୍ବିରୁ ଗିରଫ କରିଥିଲା।

ଉତ୍ତରପ୍ରଦେଶ ପୋଲିସ ସୟଦ ଅହମ୍ମଦକୁ ପୋଲିସ ଆଜି ସାଲେପୁର ଜେଏମଏଫସି କୋର୍ଟରେ ହାଜର କରି ରିମାଣ୍ଡରେ ନେଇଛି।

କଟକ ଏସପି ବି ଯୁଗଳ କିଶୋରଙ୍କ ଠାରୁ ପ୍ରକାଶ ଯେ ସୟଦ କୁ ଚାରି ଦିନିଆ ରିମାଣ୍ଡରେ ୟୁପି ପୋଲିସ ନେଇଛି। ୟୁପିର ବାଗପାତ ଜିଲ୍ଲାରେ ଘଟଣାଟି ଘଟି ଥିବାରୁ ପୋଲିସ ସୟଦକୁ ବାଗପାତକୁ ଅଧିକ ତଦନ୍ତ ପାଇଁ ନେଇଯିବ।

Leave a Reply

Your email address will not be published. Required fields are marked *

Trending

Exit mobile version