Nation

ମୋଦିଙ୍କ କାମରାଜ ପ୍ଲାନ

Published

on

ନୂଆଦିଲ୍ଲୀ: ଆଗାମୀ ୨୦୨୪ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରିମଣ୍ଡଳରେ କାମରାଜ ପ୍ଲାନ ଲାଗୁ କରିବାକୁ ଯୋଜନା କରୁଛନ୍ତି। ନେହେରୁଙ୍କ କାମରାଜ ପ୍ଲାନ ଭଳି ମୋଦି ମନ୍ତ୍ରିମଣ୍ଡଳର କେତେକ ସଦସ୍ୟଙ୍କୁ ନିର୍ବାଚନ ପ୍ରସ୍ତୁତି ପାଇଁ ବିନିଯୋଗ କରିବାକୁ ଚିନ୍ତା କରୁଛନ୍ତି।

ଏହି ଉଦ୍ଦେଶ୍ୟରେ ମୋଦି ଖୁବଶୀଘ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିବାର ସମ୍ଭାବନା ଦେଖାଗଲାଣି। ମନ୍ତ୍ରିମଣ୍ଡଳର କିଛି ଟାଣୁଆ ମନ୍ତ୍ରୀଙ୍କୁ ମନ୍ତ୍ରୀପଦରୁ ଅବ୍ୟାହତ ଦେବା ସଙ୍ଗେ ସଙ୍ଗେ ସେମାନଙ୍କୁ ନିର୍ବାଚନ ପ୍ରସ୍ତୁତିର ଗୁରୁ ଦାଇତ୍ୱ ଦେଇ ପାରନ୍ତି। ଏହି ତାଲିକାରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସିଥାରମନ, ସ୍ମୃତି ଇରାନୀ, ଅନୁରାଗ ଠାକୁର, ଗଜେନ୍ଦ୍ର ଶେଖାବତଙ୍କ ନାମ ଆସିବାର ସମ୍ଭାବନା ରହିଛି।

ମୁଖ୍ୟମନ୍ତ୍ରୀ ମଧ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ, ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା କାମରାଜ ପ୍ଲାନରେ ପଦ ଛାଡିବାର ସମ୍ଭାବନା ରହିଛି।

ଏହି ନିର୍ବାଚନ ୨୦୨୪ ଟିମର ନେତୃତ୍ୱ ଗୃହମନ୍ତ୍ରୀ ଅମିତ ସାହା ନେବେ। ତେବେ ସାହାଙ୍କୁ ଏଥିପାଇଁ ମନ୍ତ୍ରୀପଦ ଛାଡିବାକୁ ପଡିବକି ନାହିଁ ତାହା ବର୍ତ୍ତମାନ ସ୍ଥିର ହୋଇନାହିଁ।

ମୋଦିଙ୍କ ଟାର୍ଗେଟରେ ରହିଛି ୧୪୪ ଲୋକସଭା ଆସନ ଯେଉଁଠି ଗତ ୨୦୧୯ ନିର୍ବାଚନରେ ବିଜେପିକୁ ପରାସ୍ତର ମୁହଁ ଦେଖିବାକୁ ପଡିଥିଲା। ଗତ ନିର୍ବାଚନରେ ବିଜୟ ହାସଲ କରିଥିବା ଅସନରେ ଏଥର କେତକ ଆସନରେ ସଫଳତା ମିଳିନପାରେ । ଏହି ଅସନଙ୍କୁ ଭରଣା କରିବାକୁ ହେଲେ ୧୪୪ ଆସନରୁ ଜିତିବାକୁ ପଡିବ।

କେବଳ ନିର୍ବାଚନ ନୁହେଁ ନିର୍ବାଚନ ପରବର୍ତ୍ତୀ ସମୟରେ ଯଦି କିଛି ଜରୁରୀ ପରିସ୍ଥିତି ସୃଷ୍ଟି ହୁଏ ତାହାର ମୁକାବିଲା କରିବାକୁ ଏହି ଟିମ ଉପରେ ଦାଇତ୍ୱ ରହିବ।

ଯେତେଦୂର ସମ୍ଭବ ମୋଦି ଆଗୁଆ ନିର୍ବାଚନ କରିବାକୁ ଚାହୁଁଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version