Nation

ମୋଦିଙ୍କ ଜନ୍ମଦିନ ପାଳନ ପାଇଁ ବିଜେପିର ସ୍ବତନ୍ତ୍ର ନିର୍ଦେଶ

Published

on

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନ ପାଇଁ ବିଜେପି ଏକ ସ୍ଵତନ୍ତ୍ର ନିର୍ଦେଶନାମା ଜାରି କରିଛି। ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖରୁ ଏହି ଉତ୍ସବ ୧୫ ଦିନ ବ୍ୟାପୀ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ।

ତେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଏକ ସ୍ୱତନ୍ତ୍ର ନିର୍ଦେଶନାମା ଜରିକରି କହିଛନ୍ତି ଯେ ଜନ୍ମଦିନରେ କେକ କାଟିବା ମଉଜ ମଜଲିସ ହୋଇ ପାରିବ ନାହିଁ।

ଜନ୍ମଦିନ ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର, ବୃକ୍ଷ ରୋପଣ, ସେମିନାର ଆଦି କାର୍ଯ୍ୟକ୍ରମମାନ ଅନୁଷ୍ଠିତ କରିବାକୁ ନିର୍ଦେଶ ଦିଆ ଯାଇଛି।

ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ରାଜ୍ୟ ସଭାପତି ମାନଙ୍କୁ ଏନେଇ ଚିଠି ଲେଖିଛନ୍ତି। ରାଜ୍ୟ ସଂଗଠନ ଗୁଡିକୁ କୁହାଯାଇଛି ଯେ ସେମାନେ କର୍ମୀମାନଙ୍କୁ ବୁତସ୍ତରରେ ଲୋକଙ୍କୁ ଭେଟି ସରକାରଙ୍କର ଲୋକ କଲ୍ୟାଣ କାର୍ଯ୍ୟ ସଂପର୍କରେ ଅବଗତ କରାଇବା କାର୍ଯ୍ୟରେ ଲାଗିବେ।

Leave a Reply

Your email address will not be published. Required fields are marked *

Trending

Exit mobile version