ନୂଆଦିଲ୍ଲୀ: ଯେ କୋୖଣସି ଘଟଣାକୁ ନାଟକୀୟ ରୂପ ଦେବାରେ ମୋଦିଙ୍କର ଏକ ସ୍ୱତନ୍ତ୍ର ଦକ୍ଷତା ରହିଛି।
ଗତକାଲି ଫିକିର ଓବିନାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନାଟକୀୟ ପ୍ରବେଶ ସମସ୍ତଙ୍କୁ ଚକିତ କରିଥିଲା। ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ଭାରତ ପାଇଁ ଅନୁଷ୍ଠିତ ଏହି ସମ୍ମିଳନୀରେ କେନ୍ଦ୍ର ରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ବାହିନୀର ମୁଖ୍ୟ ବିପିନ ରାଓତ ନିଜ ନିଜର ଅଭିଭାଷଣ ରଖିବାପରେ ହଠାତ ଆୟୋଜକଙ୍କ ମଧ୍ୟରେ ଏକ ହଲଚଲ ଦେଖିବାକୁ ମିଳିଲା।
ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ମୁହଁ ଦେଖିବାକୁମିଳିଲା ସ୍କ୍ରିନ ରେ। ମୋଦିଙ୍କୁ ହଠାତ ଦେଖି ସମସ୍ତେ ହାତବାକ ହୋଇ ଯାଇଥିଲେ।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଅଭିଭାଷଣ ରଖିବା ପରେ ଓବିନାର ସମାପ୍ତ ଘୋଷଣା କରାଯାଇଥିଲା।
ଓବିନାର ଶେଷ ପର୍ଯ୍ୟାୟରେ ପହଂଚିବା ବେଳକୁ ରକ୍ଷା ମନ୍ତ୍ରୀ ରାଜନାଥଙ୍କୁ ଖବର ଆସିଲା ଯେ ପ୍ରଧାନମନ୍ତ୍ରୀ ଏହି ଓବିନାରରେ ଭାଗ ନେବାକୁ ଚାହୁଁଛନ୍ତି। ରାଜନାଥ ତୁରନ୍ତ ଓବିନାରର ଏକ ସଂକ୍ଷିପ୍ତ ବିବରଣୀ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ।
ଭାଷଣ ଦେବାରେ ସାଂଘାତିକ ପଟୁତା ପାଇଁ ବେଶ ଜଣାଶୁଣା ମୋଦିଙ୍କ ପାଇଁ ସେହି ସଂକ୍ଷିପ୍ତ ବିବରଣୀ ଏବଂ ସେହି ସ୍ବଳ୍ପ ସମୟ ହିଁ ଯଥେଷ୍ଟ ଥିଲା ଏତେବଡ ଏକ ସେମିନାରକୁ ଉଦବୋଧିତ କରିବା ପାଇଁ।