ବାରାଣସୀ: ନିଜ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ବୁଲୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମୋମୋ ଖାଇବାକୁ ଇଚ୍ଛା ହେଲା।
ରାସ୍ତାକଡ ମୋମୋ ଦୋକାନୀକୁ ଗରମା ଗରମ ମୋମୋ ପାଇଁ ବରାଦ କଲେ। ହେଲେ ଖାଇ ପାରିଲେ ନାହିଁ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ତାଙ୍କୁ ରାସ୍ତାକଡ ମୋମୋ ଖାଇବାକୁ ବାରଣ କଲେ।
ହେଲେ ପ୍ରଧାନମନ୍ତ୍ରୀ ମୋମୋଵାଲାଠୁ ଯେଉଁ କଥା ଶୁଣିଲେ ତାହା ତାଙ୍କୁ ଆଲ୍ହାଦିତ କରିଥିଲା।
ଠେଲା ଗାଡ଼ିରେ ମୋମୋ ବିକୁଥିବା ମୋମୋଵାଲା ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତା ବେଳେ କହିଥିଲା ଯେ ସେ ମାସ୍କ ପିନ୍ଧି ସାମାଜିକ ଦୂରତା ମାନୁଥିବା ଗ୍ରାହକଙ୍କୁ କଂପିଲିମେଣ୍ଟାରୀ ମୋମୋ ଦେଇ ଉତ୍ସ।ହିତ କରେ।
ସେ ମୋଦିଙ୍କୁ କୃତଜ୍ଞତା ଜଣାଇ କହିଥିଲା ଯେ ତାଙ୍କ ସରକାରରେ ଋଣ ଯୋଜନାରେ ଅର୍ଥ ନେଇ ସେ ବ୍ୟବସାୟ ଆରମ୍ଭ କରିଛି। ଆଉ ଏକ ଋଣ ନେଇ ବ୍ୟବସାୟ ବଢାଇବାକୁ ଯାଉଛି। ଇଲେକ୍ଟ୍ରୋନିକ ପେମେଂଟ ବ୍ୟବସ୍ଥା କରିଛି ଏବଂ ହୋମ ଡେଲିଭରି ସୁବିଧା ବି କରିଛି।
ମୋମୋବାଲାର କଥା ଶୁଣି ପ୍ରଧାନମନ୍ତ୍ରୀ ମୋଦିଙ୍କର ପେଟ ଭରୀଗଲା।ମୋମୋ ଖାଇ ନ ପରିବାରିବାର ଅନୁସୋଚନା ଆଉ ରହିଲା ନାହିଁ।