ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମଦିନରେ ଦେଶର ୭୦ଟି ସ୍ଥାନରେ ପାଳନ ହେବ ଜନ୍ମ ଉତ୍ସଵ।
ବିଜେପି ଦଳ ପକ୍ଷରୁ ମୋଦିଙ୍କ ଜନ୍ମଦିନ ପାଳନ ପାଇଁ ମଙ୍ଗଳବାର ନୀତିଗତ ଭାବେ ନିଷ୍ପତ୍ତି ନିଆଯାଇଛି।
ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖରେ ଦଳ ପକ୍ଷରୁ ଦେଶର ୭୦ଟି ସ୍ଥାନରେ ସଭାମାନ ଆୟୋଜନ କରାଯିବା ସଙ୍ଗେ ସଙ୍ଗେ ରକ୍ତଦାନ ଶିବିର ଓ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ବଣ୍ଟନ ଆଦିର ଆୟୋଜନ କରାଯିବ।
ବିଜେପି ସାଧାରଣ ସମ୍ପାଦକମାଙ୍କର ମଙ୍ଗଳବାର ବୈଠକରେ ଦୀନ ଦୟାଲ ଉପାଧ୍ୟାୟ ଓ ମହାତ୍ମାଗାନ୍ଧୀଙ୍କ ଜନ୍ମଦିନ ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ୨ ପାଳନ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା।
ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶରେ ଦୀନ ଦୟାଲଙ୍କ ଜନ୍ମଦିନରେ ଦଳ ପକ୍ଷରୁ ଏକ ପୁସ୍ତିକା ବଣ୍ଟନ କରାଯିବ। କରୋନା ମହାମାରୀ ସମୟରେ ବିଜେପି ଦଳ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ଯେଉଁସବୁ ଜନକଲ୍ୟାଣ କାର୍ଯ୍ୟ କରାଯାଇଛି ତାହାର ବିବରଣୀ ଏହି ପୁସ୍ତିକାରେ ସଂକଳିତ କରାଯାଇଛି।