ଦେଶ ବିଦେଶ

ମୋଦି ଡାଳେ ଡାଳେ ହେଲେ ନବୀନ ପତ୍ରେ ପତ୍ରେ

Published

on

ଭୁବନେଶ୍ୱର: କୋଭିଡ ମହାମାରୀ ସମୟରେ ରାଜନୀତି ଟା ଠିକ ନୁହେଁ । ହେଲେ ବେଳେବେଳେ ରାଜନେତାଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ରାଜନୀତିର ଗନ୍ଧ ଜାଣିବା ଲୋକ ବାରି ନିଅନ୍ତି ।
ଆସନ୍ତା କାଲି ଅର୍ଥାତ ଶୁକ୍ରବାର ଦିନ ବା ଏପ୍ରିଲ24କୁ ଦେଶରେ ପଞ୍ଚାୟତ ରାଜ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଅବସରକୁ ହାତ ଛଡା ନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋଭିଡ ପରାମର୍ଶଦାତାମନେ ଚାହିଁନଥିବା ସ୍ୱାଭାବିକ। ସେମାନଙ୍କ ପରାମର୍ଶରେ ମୋଦି ଆସନ୍ତାକାଲି ଦେଶର ସରପଞ୍ଚମାନଙ୍କୁ ଉଦବୋଧନ ଦେବାକୁ ଯାଉଛନ୍ତି । ଉତ୍ସାହ ସୃଷ୍ଟିକାରୀ ଭାଷଣ ଦେବାରେ ଧୁରୀଣ ମୋଦି ନିଶ୍ଚତ ଭାବେ ସରପଞ୍ଚମାନଙ୍କୁ କରୋନା ମହାମାରୀ ବିରୁଦ୍ଧରେ ଯୁଦ୍ଧକୁ ବ୍ୟାପକ ଓ ତୀବ୍ର କରିବାକୁ ଉତ୍ସ।ହିତ କରିବେ । ମୋଦି ଏହି ଅବସରରେ ଇ-ଗ୍ରାମ୍ୟ ସ୍ଵରାଜ ପୋର୍ଟାଲ ଓ ମୋବାଇଲ ଆପର ଶୁଭ ଉନ୍ମମୋଚନ କାରିବେ । ସ୍ୱାମୀତ୍ବବ ଯୋଜନାର ଶୁଭାରମ୍ଭ କରିବେ। ଏହାଛଡା ସରପଞ୍ଚମାନଙ୍କ ପାଇଁ କିଛି ଘୋଷଣା ବି କରିପାରନ୍ତି ।

ହେଲେ ନବୀନ ସରପଞ୍ଚମାନଙ୍କୁ ଭାଷଣ ଦେବା କାମଟା ଆଗରୁ ସାରି ଦେଇଛନ୍ତି । ସରପଞ୍ଚମାନଙ୍କୁ ଜିଲ୍ଳାପାଳ କ୍ଷମତା ଦେଇ ଗାଁ ଗହଳିରେ ସେମାନଙ୍କର ପତିଆରା ବଢ଼ାଇ ଦେଇଛନ୍ତି । ଶପଥପାଠ କରାଇ କରୋନା ବିରୋଧରେ ଲଢ଼ିବାକୁ ବ୍ରତୀ କରାଇଛନ୍ତି । ଖାଲି ସେତିକି ନୁହେଁ ଅନ୍ୟ ରାଜ୍ୟରୁ ଫେରିବାକୁ ଥିବା ପ୍ରବାସୀ ଓଡ଼ିଆଙ୍କୁ କ୍ୱାରନଟାଇନରେ 14 ଦିନ ରଖି ଖାଇବା ପିଇବା ଦେଇ ଏବଂ ଗଲାବେଳକୁ 2000 ଟଙ୍କା ଲେଖାଏଁ ବିଦାକୀ ଦେବାର ଦାଇତ୍ୱ ସେମାନଙ୍କୁ ଦେଇଛନ୍ତି ।

ପୂର୍ବରୁ ମୋଦି ସମଗ୍ର ଦେଶରେ ଲକଡାଉନ ଘୋଷଣା କରିବା ପୂର୍ବରୁ ନବୀନ ରାଜ୍ୟରେ ଲକଡାଉନ ଘୋଷଣା କରି ଦେଇଥିଲେ। ପୁଣି ମୋଦି ଲକଡାଉନ ଅବଧି ବଢାଇବା ପୂର୍ବରୁ ନବୀନ ରାଜ୍ୟରେ ଲକଡାଉନ ଅବଧିକୁ ଏପ୍ରିଲ 30 ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ ।

ଏବେ ଏବେ ମୋଦି ସରକାର ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ସୁରକ୍ଷା କଥା ଚିନ୍ତା କରିବା ପୂର୍ବରୁ ନବୀନ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ପାଇଁ ଦରକାର ହେଲେ ଜାତୀୟ ସୁରକ୍ଷା ଆଇନ ଲାଗାଯିବ ବୋଲି ଆଶ୍ୱାସନା ଦେଇଛନ୍ତି। କେବଲ ସେତିକି ନୁହେଁ କରୋନା ଯୁଦ୍ଧରେ ମୃତ୍ୟୁ ବରଣ କଲେ ରାଷ୍ଟ୍ରୀୟ ମର୍ଯ୍ୟଦାସହ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ବୋଲି ଘୋଷଣା କରିଛନ୍ତି ।

ନବୀନ ଏହି ସବୁ ସକାରତ୍ମକ ଆଗୁଆ ପଦକ୍ଷେପ ଦେଖିଲେ ଯେ କେହି କହିବା ଦେଶରେ ଯଦି କେହି ଆଗୁଆ ଚିନ୍ତା କରୁଛି ତାହେଲେ ସେ ଓଡିଶା ।

Leave a Reply

Your email address will not be published. Required fields are marked *

Trending

Exit mobile version