ନୂଆଦିଲ୍ଲୀ: ଗୋଟିଏ ବିଭାଗ ଦାଇତ୍ଵରେ ଥିବା ତିନି ମନ୍ତ୍ରୀଙ୍କ ଭିତରେ ସଦ୍ଭାବନା ଆଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କର ନୁଆ ଫର୍ମୁଲା।
ମନ୍ତ୍ରିମଣ୍ଡଳ ବୈଠକରେ ଯୋଗ ଦେବାକୁ ଆସିବା ବେଳେ ବିଭାଗର କ୍ୟାବିନେଟ ମନ୍ତ୍ରୀ ଏବଂ ଦୁଇ ରାଷ୍ଟ୍ରମନ୍ତ୍ରୀ ଗୋଟିଏ କାରରେ ଆସିବାକୁ ପରାମର୍ଶ ଦେଇଛନ୍ତି। ନିକଟରେ ସୁଷମା ସ୍ୱରାଜ ପ୍ରବାସୀ ଭାରତୀୟ ଭବନରେ ଅନୁଷ୍ଠିତ ଏକ ଅନୌପଚାରିକ କେନ୍ଦ୍ର ମନ୍ତ୍ରିମଣ୍ଡଳର ଏକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଏଭଳି କହିଛନ୍ତି।
ମୋଦିଙ୍କ ବିଚାରରେ ଏହା ଫଳରେ ବିଭାଗୀୟ ମନ୍ତ୍ରୀମାନଙ୍କ ମଧ୍ୟରେ ସଦଭାବ ଓ ସୌହାର୍ଦ୍ଦ୍ୟ ବୃଦ୍ଧି ପାଇବ। ଏହା ଛଡା ସେମାନେ ବିଭାଗ ବିଷୟରେ ଆଲୋଚନା କରିବାର ସୁଯୋଗ ପାଇବେ। କେବଳ ସେତିକି ନୁହେଁ ଏହା ଫଳରେ ପେଟ୍ରୋଲ-ଡିଜେଲ ବଞ୍ଚିବ ଏବଂ ଟ୍ରାଫିକ ଭିଡ଼ କମିବ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭାଗୀୟ ମନ୍ତ୍ରୀମାନଙ୍କୁ ବିଭାଗର କାର୍ଯ୍ୟ କିଭଳି