ଦେଶ ବିଦେଶ

ମୋଦି ମହିଷାସୁର ଓ ମମତା ବେଙ୍ଗଲ ଦୁର୍ଗା : ଚନ୍ଦ୍ରବାବୁ ନାଇଡୁ

Published

on

ପଶ୍ଚିମବଙ୍ଗ ୧୧/୫ : ମୋଦି ମହିଷାସୁର ଓ ମମତା ବେଙ୍ଗଲ ଦୁର୍ଗା । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମହିଷାସୁର ସହିତ ତୁଳନା କରିଛନ୍ତି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦେବୀ ଦୁର୍ଗାଙ୍କ ସହିତ ତୁଳନା କରିଛନ୍ତି । ପଶ୍ଚିମବଙ୍ଗର ଖଡପୁର ଠାରେ ବାନାର୍ଜୀ ଏବଂ ଚନ୍ଦ୍ରବାବୁ ନାଇଡୁ ଗଠବନ୍ଧନ ସମ୍ପର୍କରେ ଚର୍ଚ୍ଚା ହୋଇଥିଲା । ତେବେ ସେହି ସମୟରେ ଚନ୍ଦ୍ରବାବୁ ଏପରି କହିଥିବା ସୂଚନା ମିଳିଛି ।
ବର୍ତମାନ ସମୟରେ ଦେଶରେ ନିର୍ବାଚନ ଚାଲିଛି । ଭାରତୀୟ ଜନତା ପାର୍ଟିକୁ ହରାଇ କେନ୍ଦ୍ରରେ ସରକାର ଗଠନ କରିବା ପାଇଁ ଦେଶର ଅନେକ ଆଞ୍ଚଳିକ ରାଜନୈତିକ ଦଳ ହାତ ମିଳାଇଛନ୍ତି । ତେବେ ଦେଶରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଦେବୀ ମହିଷାସୁରକୁ ହରାଇବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ପ୍ରତିକ୍ରିୟା ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ବିଜେପି ଏହି ପ୍ରତିକ୍ରିୟା କଡା ଯବାବ ରଖିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version