ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଶ କୋଟି ଦେଶବାସୀଙ୍କୁ ଲେଖିବେ ଚିଠି।
ମୋଦି ସରକାର-୨.୦ ର ପ୍ରଥମ ବର୍ଷ ପୁର୍ତ୍ତି ଉତ୍ସବ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଏହି ଚିଠି ଲେଖିବେ। ଏଥିପାଇଁ ବିଜେପି କେନ୍ଦ୍ର ନେତୃତ୍ୱ ସମସ୍ତ ରାଜ୍ୟ କାର୍ଯ୍ୟାଳୟକୁ ଜଣାଇଛନ୍ତି।
ମୋଦି ଚିଠି ଲେଖିବାବେଳେ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଫସଵୁକରେ ଦେଶରେ ଥିବା ଦଳର ସମସ୍ତ କର୍ମକର୍ତାଙ୍କ ସହ ଲାଇଭ କଥାବାର୍ତା କରିବେ।
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଆତ୍ମନିର୍ଭର ଭାରତ ଏବଂ କେନ୍ଦ୍ର ସରକାରଙ୍କ କୋଭିଡ-୧୯ ମହାମାରୀର ସଫଳ ମୁକବିଲାର ପ୍ରଚାର ଏବଂ ପ୍ରସାର ଏହି ବର୍ଷ ପୁର୍ତ୍ତି ଉତ୍ସବ ର ମୂଳ ଉଦେଶ୍ୟ ରହିବ।