ମଧ୍ୟପ୍ରଦେଶ ୧୪/୫ : ପ୍ରିୟଙ୍କା ଗାନ୍ଧୀ ଇନ୍ଦୋର ଯାଇଥିବା ବେଳେ ମୋଦି ନାରାବାଜି କରୁଥିବା ବିଜେପି ସମର୍ଥକଙ୍କୁ ଭେଟିଛନ୍ତି ପ୍ରିୟଙ୍କା । ମୋଦି ସମର୍ଥକଙ୍କୁ ପ୍ରିୟଙ୍କା ଭେଟିବା ସହ ସେମାନଙ୍କୁ ଆଗୁଆ ଶୁଭକାମନା ଜଣାଇବା ରାଜନୀତିରେ ଜୋରଦାର ଚର୍ଚ୍ଚା ସୃଷ୍ଟି କରିଛି । ମଧ୍ୟପ୍ରଦେଶ ଇନ୍ଦୋର୍ ରାଜରାସ୍ତାରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ କାରକେଡ୍ ଯାଉଥିବା ସମୟରେ ଶୁଣିବାକୁ ମିଳିଥିଲା ମୋଦିଙ୍କ ସମର୍ଥକଙ୍କ ନାରାବାଜି । ସେହିସମୟରେ ସେଠାରେ ପ୍ରିୟଙ୍କା ନିଜ ଗାଡ଼ିକୁ ଅଟକାଇ ମୋଦି ସମର୍ଥକଙ୍କ ସହ ହାତ ମିଳାଇଥିଲେ । ରାଜନୀତିର ଏହି ରୋଚକ ଦୃଶ୍ୟରେ ମୋଦି ସମର୍ଥକଙ୍କୁ ପ୍ରିୟଙ୍କା ଶୁଭକାମନା ଜଣାଇ କହିଛନ୍ତି ଆପଣ ଆପଣଙ୍କ ଜାଗାରେ ଅଛନ୍ତି ଓ ମୁଁ ଅଛି ମୋ ଜାଗାରେ ।