Nation

ମୋଦି ସରକାରରେ ନଡ୍ଡାଙ୍କ ବଢୁଛି ପ୍ରତିପତ୍ତି

Published

on

ନୂଆଦିଲ୍ଲୀ:କେନ୍ଦ୍ରର ମୋଦି ସରକାରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କର ପ୍ରତିପତ୍ତି ଦିନକୁ ଦିନ ବଢ଼ିବାରେ ଲାଗିଛି।
ବିଜେପି ନେତୃତ୍ୱାଧିନ ଏନଡିଏ ସରକାରରେ ମୋଦି-ସାହା ରାଜତ୍ୱ ଚାଲିଥିଲା। ସାହା କେନ୍ଦ୍ରରେ ମନ୍ତ୍ରୀ ହେବାପରେ ତାଙ୍କ ସ୍ଥାନରେ ନଡ୍ଡାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାଇତ୍ୱ ମିଳିଥିଲା। ହେଲେ ନଡ୍ଡାଙ୍କୁ ମୋଦି-ସାହାଙ୍କ ଅଧୀନରେ କାମ କରିବାକୁ ହେବ ବୋଲି ସମସ୍ତେ ଜାଣିଥିଲେ।

ବର୍ତ୍ତମାନ କିନ୍ତୁ ସେହି ଅବସ୍ଥାରେ ପରିବର୍ତ୍ତନ ହେବାରେ ଲାଗିଛି। ନଡ୍ଡା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର କର୍ତ୍ତୃତ୍ୱ ଜାହିର କରିବାରେ ଲାଗିଛନ୍ତି। ନରେନ୍ଦ୍ର ମୋଦି ସରକାରର ସାତବର୍ଷ ପୂର୍ତ୍ତି ଦିବସକୁ ସାଧାରଣ ଦଳୀୟ କାର୍ଯ୍ୟକ୍ରମରେ ସୀମିତ ରଖିବାରେ ତାଙ୍କର ନିଷ୍ପତି ଥିଲା। ଯଦିଓ ଏହାକୁ ସେ ମହାମାରୀ ଯୋଗୁଁ ହୋଇଥିଲା ବୋଲି କହିଛନ୍ତି।

ପଶ୍ଚିମବଙ୍ଗ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ମୋଦି-ସାହାଙ୍କ ଉପରେ ଥିବା ଆଶା ମଳିନ ହେବାରେ ଲାଗିଛି। ଏହି ସୁଯୋଗରେ ବିଜେପି ଦଳର ନେତାମାନେ ନିଜ ନିଜର ସ୍ଥିତି ଜାହିର କରିବାରେ ଲାଗି ପଡିଛନ୍ତି।

ନିକଟରେ ମୋଦିଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଆଲୋଚନା ବୈଠକରେ ସାହାଙ୍କ ସହ ନଡ୍ଡାଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ନଡ୍ଡାଙ୍କର ଏକ ଭୂମିକା ରହିବ ବୋଲି ସ୍ପଷ୍ଟ ସୂଚନା ମିଳିଛି। ଏହା ଯଦି ହୁଏ ତାହେଲେ ନଡ୍ଡାଙ୍କର ପ୍ରତିପତ୍ତି ଆହୁରି ବଢିଯିବ।

Leave a Reply

Your email address will not be published. Required fields are marked *

Trending

Exit mobile version