ଦେଶ ବିଦେଶ

ମୋଦୀଙ୍କୁ କ୍ଲିନ୍ ଚିଟ୍ : ରାଫେଲ ଦୁର୍ନୀତି ତଦନ୍ତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

Published

on

ନୂଆଦିଲ୍ଲୀ ୧୪/୧୨ : ରାଫେଲ ଯୁଦ୍ଧ ବିମାନ କିଣା ଦୁର୍ନୀତିର ତଦନ୍ତ ପାଇଁ ହୋଇଥିବା ସମସ୍ତ ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି । ଏହି ମାମଲାରେ ସରକାରଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଅଦାଲତଙ୍କ ତତ୍ତ୍ୱାବଧାନରେ ଏହି ମାମଲାର ତଦନ୍ତ ପାଇଁ ଅନେକଗୁଡ଼ିଏ ଆବେଦନ ହୋଇଥିଲା । ସେସବୁ ଖାରଜ କରି ସୁପ୍ରିମ କୋର୍ଟ କହିଛନ୍ତି ଯେ, ରାଫେଲ ବିମାନ କାରବାରରେ ସରକାରୀ ନିୟମର ଆଦୋ÷ ଉଲ୍ଲଘଂନ ହୋଇନାହିଁ । ବିମାନର ମୂଲ୍ୟ ମଧ୍ୟ ଠିକ୍ ରହିଛି । ଏହି ପରିପ୍ରେକ୍ଷୀରେ ପ୍ରତିରକ୍ଷା କାରବାରରେ କୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ସ୍ପଷ୍ଟ ମନା କରିଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version