ଭୁବନେଶ୍ୱର ୧୭/୧୨ : ବିଶ୍ୱକପ୍ ଆୟୋଜନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୂର୍ବରୁ ବଧାଇ ଜଣାଇଥିବାରୁ ଶ୍ରୀ ପଟ୍ଟନାୟକ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନବୀନ ଟ୍ୱିଟ୍ କରି କହିଛନ୍ତି ଯେ, ବିଶ୍ୱକପ୍ ହକି ଆୟୋଜନ ପାଇଁ ଶ୍ରୀ ମୋଦୀ ପ୍ରୋତ୍ସାହନମୂଳକ ବାର୍ତ୍ତା ଦେଇଥିବାରୁ ସେ ଏଥିପାଇଁ କୃତଜ୍ଞ । କ୍ରୀଡାପ୍ରେମୀଙ୍କ ପାଇଁ ବିଶ୍ୱକପ୍ ହକି ଏକ ଉପହାର ସଦୃଶ ବୋଲି ଶ୍ରୀ ମୋଦୀ ତାଙ୍କ ବାର୍ତ୍ତାରେ କହିଥିଲେ ।