ନୂଆଦିଲ୍ଲୀ ୮/୧ : ଆଲୋକ କୁମାର ବର୍ମା ସିବିଆଇ ନିର୍ଦ୍ଦେଶକ ପଦ ଫେରିପାଇଛନ୍ତି । ତାଙ୍କୁ ଛୁଟିରେ ଯିବାପାଇଁ କେନ୍ଦ୍ର ସରକାର ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହାକୁ ସୁପ୍ରିମକୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି । କେନ୍ଦ୍ରୀୟ ଭିଜିଲାନ୍ସ କମିଶନଙ୍କ ନିଷ୍ପତ୍ତି ଅନୁଯାୟୀ ଆଲୋକ ବମ
ର୍ାଙ୍କୁ ଛୁଟିରେ ଯିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ । ତେବେ ଆଲୋକ ବର୍ମା ନିର୍ଦ୍ଦେଶକ ପଦବୀରେ ରହିଲେ ମଧ୍ୟ କୋ÷ଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେବାସହ କହିଛନ୍ତି ଯେ, ଉଚ୍ଚସ୍ତରୀୟ ମନୋନୟନ କମିଟି ସପ୍ତାହକ ମଧ୍ୟରେ ଆଲୋକ ବର୍ମାଙ୍କ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବ । ପ୍ରଧାନମନ୍ତ୍ରୀ, ବିରୋଧୀଦଳର ନେତା ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏହି କମିଟିର ସଦସ୍ୟ ଅଛନ୍ତି ।
ସୂଚନାଯୋଗ୍ୟ ଯେ, ଆଲୋକ ବର୍ମା ଓ ଉପ-ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ ଏକ ବଡ଼ ଧରଣର ବିବାଦ ସୃଷ୍ଟି ହେବା ପରେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନଙ୍କ ସୁପାରିଶ କ୍ରମେ କେନ୍ଦ୍ର ସରକାର ଏହି ଦୁଇ ଅଧିକାରୀଙ୍କୁ ଛୁଟିରେ ପଠାଇ ଯୁ୍ଗ୍ମ ନିର୍ଦ୍ଦେଶକ ଏମ. ନାଗେଶ୍ୱର ରାଓଙ୍କୁ ସିବିଆଇର କାମଚଳା ନିର୍ଦ୍ଦେଶକ ରୂପେ ଅବସ୍ଥାପିତ କରିଥିଲେ । ତେବେ ସରକାର ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ନିର୍ଦ୍ଦେଶକ ପଦରୁ ହଟାଇ ଦେଇଥିବା ଅଭିଯୋଗ କରି ଶ୍ରୀ ବର୍ମା ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ । ସୁପ୍ରିମ କୋର୍ଟଙ୍କ ଆଜିର ରାୟ ଫଳରେ ନରେନ୍ଦ୍ର ମୋଦୀଙ୍କ ବିପେି ନେତୃତ୍ୱାଧୀନ ସରକାରଙ୍କୁ ଶକ୍ତ ଧକ୍କା ଲାଗିଛି ।