ରାଜନୀତି

ମୋଦୀଙ୍କ ପାଇଁ ଗଛ କଟାକୁ ନେଇ ବିବାଦ

Published

on

ବଲାଙ୍ଗିର ୧୩/୧ : ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗିର ଆସୁଛନ୍ତି । ସେ ବଲାଙ୍ଗିର ଷ୍ଟେସନ ନିକଟ ରେଳବାଇ ପଡ଼ିଆରେ ସଭା କରିବେ । ତାଙ୍କ ହେଲିକପ୍ଟର କିଭଳି ତାହା ନିକଟରେ ଭଲରେ ଓହ୍ଲାଇ ପାରିବ ସେଥିପାଇଁ ପଡ଼ିଆ ପାଖର କିଛି ଗଛ କଟା ଯାଇଥିବାରୁ ତାହାକୁ ନେଇ ବିବାଦ ଆରମ୍ଭ ହୋଇଛି । ବଲାଙ୍ଗିର ଡିଏଫ୍ଓ ରବିବାର ସେଠାକୁ ଯାଇ ଗଛକଟା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ସେ କହିଛନ୍ତି ଯେ ଏହାର ତଦନ୍ତ ହେବ । ଅପରପକ୍ଷରେ ରେଳବାଇ କର୍ତ୍ତୃପକ୍ଷ ସେ ସ୍ଥାନରେ ନୂଆ ଚାରା ରୋପଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଡିଏଫଓ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version