ରାଉରକେଲା: ରାଉରକେଲାର ଭାଗ୍ୟଶ୍ରୀ ସାହୁଙ୍କ କଳାକୃତିକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ “ମନ୍ କି ବାତ୍” କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି। କରିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଏହି କଳା ମାଧ୍ୟମରେ ସେ ଓଡ଼ିଶାକୁ ସମଗ୍ର ଭାରତବର୍ଷରେ ପରିଚୟ କରାଇପାରିଛନ୍ତି
ଓଡ଼ିଶାର ରାଉରକେଲାର ଭାଗ୍ୟଶ୍ରୀ ସାହୁ ଜଣେ ଇଞ୍ଜିନିୟରିଂ ଛାତ୍ରୀ । କିନ୍ତୁ ଗତ କେଇ ମାସ ଭିତରେ ସେ ପଟ୍ଟଚିତ୍ର କଳା ଶିଖିବା ଆରମ୍ଭ କରିଥିଲେ ଓ ସେଥିରେ ନିପୁଣତା ମଧ୍ୟ ହାସଲ କରିଛନ୍ତି । ସେ ଖଡ଼ି ପଥରରେ ବା ସଫ୍ଟ ଷ୍ଟୋନରେ ପଟ୍ଟଚିତ୍ର କରନ୍ତି।
ସେ ଏହି ପଥରଗୁଡ଼ିକୁ ଚିତ୍ରିତ କରି ତାକୁ ନିଜର ବନ୍ଧୁମାନଙ୍କୁ ଉପହାର ଦେଲେ । ଲକ୍ଡାଉନ ସମୟରେ ସେ ବୋତଲ ଉପରେ ମଧ୍ୟ ଚିତ୍ର କରିବା ଆରମ୍ଭ କରିଦେଲେ । ବର୍ତମାନ ସେ ଏହି କଳା ଉପରେ କର୍ମଶାଳା ମଧ୍ୟ ଆୟୋଜନ କରୁଛନ୍ତି । କିଛିଦିନ ତଳେ ସୁଭାଷ ବୋଷଙ୍କ ଜୟନ୍ତୀରେ ଭାଗ୍ୟଶ୍ରୀ ପଥର ଉପରେ ହିଁ ନିଆରା ଶ୍ରଦ୍ଧାଞ୍ଜଳି ଦେଇଥିଲେ ।
ପ୍ରଧାନମନ୍ତ୍ରୀ ତାଙ୍କ ମନ କି ବାତ ରେ ଭାଗ୍ୟଶ୍ରୀଙ୍କୁ ତାଙ୍କ ପ୍ରୟାସ ପାଇଁ ଶୁଭକାମନା ଜଣାଇ କହିଛନ୍ତି ଚିତ୍ର ଏବଂ ରଙ୍ଗ ମାଧ୍ୟମରେ ବହୁତ କିଛି ନୂଆ ଶିଖାଯାଇପାରେ, କରାଯାଇପାରେ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଗ୍ୟଶ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଏହି କଳା ମାଧ୍ୟମରେ ସେ ଓଡ଼ିଶାକୁ ସମଗ୍ର ଭାରତବର୍ଷରେ ପରିଚୟ କରାଇପାରିଛନ୍ତ। ଓଡ଼ିଶାର ପାରମ୍ପରିକ ଚିତ୍ରକଳାକୁ ପ୍ରଚାରପ୍ରସାର କରାଇବାରେ ତାଙ୍କର ସାଧନା ଓ ନିଷ୍ଠା ଯୁବ ସମାଜ ପାଇଁ ପ୍ରେରଣାଦାୟୀ ହେବ ବୋଲି ପ୍ରଧାନ କହିଛନ୍ତି