ଭୁବନେଶ୍ୱର ୨୫/୧ : ‘ଜୟ ଜଗନ୍ନାଥ’ କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କୁ ଭୁତାଉଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ମିଛ ପ୍ରତିଶ୍ରୁତି ଦେବାର ଅଭ୍ୟାସ ମୋଦୀଙ୍କର ରହିଛି । ଓଡ଼ିଶା ପାଉଁ ଉଦ୍ଦିଷ୍ଟ ୯୯ଟି କେନ୍ଦ୍ରୀୟ ଯୋଜନାରୁ ଏପର୍ଯ୍ୟନ୍ତ ୭୪ଟିର କାମ ଆରମ୍ଭ ହୋଇନି । ତେଣୁ ମୋଦୀ ସରକାର କିଭଳି ପ୍ରତିଶ୍ରୁତି ପୂରଣ କରୁଛନ୍ତି ତାହା ଏଥିରୁ ସହଜରେ ଅନୁମେୟ । କେବଳ ମୋଦୀ ସରକାର ନୁହଁନ୍ତି, ନବୀନ ସରକାର ମଧ୍ୟ ରାଜ୍ୟବାସୀଙ୍କୁ ପ୍ରତାରିତ କରିଚାଲିଛନ୍ତି । ବିଜେପି ଓ ବିଜେଡ଼ି କୋଳାକୋଳି ହେଉଥିବାର ପ୍ରମାଣ ରହିଛି । ଉଭୟେ ଚାଷୀ ବିରୋଧୀ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।