ରାଜ୍ୟ

ମୋବାଇଲ୍ ବ୍ୟାଟେରି ଫାଟି ବାଳକ ଗୁରୁତର

Published

on

ସୁବର୍ଣ୍ଣପୁର ୧୬/୪ : ଡୁଙ୍ଗୁରିପାଲି ବ୍ଲକ୍ ଅଡାକସା ଗ୍ରାମରେ ମୋବାଇଲରେ ଖେଳିବା ଜଣେ ବାଳକକୁ ମହଙ୍ଗା ପଡ଼ିଛି। ମୋବାଇଲରେ ଖେଳୁଥିବା ସମୟରେ ହଠାତ୍ ମୋବାଇଲରେ ଥିବା ବ୍ୟାଟେରି ଫାଟି ଯାଇଥିଲା। ଫଳରେ ଏଥିରେ ଜୟରାମ ଘୁସୁରିଙ୍କ ପୁଅ ହେମନ୍ତ ଘୁସୁରି ନାମକ ବାଳକ ଆହତ ହୋଇଥିଲା। ଆହତଙ୍କୁ ସଙ୍ଗେସଙ୍ଗେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ, ମଙ୍ଗଳବାର ସକାଳେ ହେମନ୍ତ ମୋବଇଲ ବ୍ୟାଟେରିରେ ଖେଳୁଥିଲା। ଏହି ସମୟରେ ବ୍ୟାଟେରିରୁ ଧୂଆଁ ବାହାରିଥିଲା। ହେମନ୍ତ କିଛି ବୁଝିବା ପୂର୍ବରୁ ହଠାତ ମୋବାଇଲରେ ଥିବା ବ୍ୟାଟେରିଟି ଫାଟି ଯାଇଥିଲା। ଏଥିରେ ହେମନ୍ତର ହାତ ଓ ଗୋଡ଼ରେ ଗୁରୁତର ଆଘାତ ଲାଗି ରକ୍ତସ୍ରାବ ବି ହୋଇଥିଲା। ଚିକିତ୍ସା ପରେ ହେମନ୍ତ ଅବସ୍ଥା ସ୍ଥିର ଅଛି ବୋଲି ତାକୁ ଚିକିତ୍ସା କରିଥିବା ଡାକ୍ତରଙ୍କ ପକ୍ଷରୁ ପ୍ରକାଶ।

Leave a Reply

Your email address will not be published. Required fields are marked *

Trending

Exit mobile version