ଦେଶ ବିଦେଶ

ଯବାନ- ଆତଙ୍କବାଦୀ ଗୁଳିବିନିମୟ, ୪ ଯବାନ ସହିଦ

Published

on

ଶ୍ରୀନଗର ୩/୩ : କାଶ୍ମୀରର କୁପୱାଡା ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ଗୁଳିବିନିମୟରେ ସିଆରପିଏଫର ୪ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ସାଧାରଣ ନାଗିକଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଏହି ଅଂଚଳକୁ ଯବାନମାନେ ଘେରିବା ସହ ତଲାସୀ ଅଭିଯାନ ଚଳାଇଛନ୍ତି । ଆଜି ସକାଳେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇ କୁପୱାଡା ହଦବାଡାରେ ସିଆରପିଏଫ, ପୋଲିସ ଏବଂ ସେନା ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ଯବାନଙ୍କୁ ଦେଖିବାପରେ ଆତଙ୍କବାଦୀମାନେ ଗୁଳିଚାଳନା କରିଥିଲେ । ଯବାନମାନେ ମଧ୍ୟ ଏହାର ଦୃଢ ପାଲଟା ଜବାବ ଦେଇଥିଲେ । କିନ୍ତୁ ସେହିସମୟରେ ଆତଙ୍କବାଦୀଙ୍କ ଗୁଳିରେ ୪ଜଣ ଯବାନ ସହିଦ ହୋଇଥିଲେ । ଏପରିକି ଏହି ଏନକାଉଂଟରରେ ଜଣେ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version